କଟକରେ ପୁଣି ଧଳା ଜହର ଜବତ ,ଜଣେ ଗିରଫ

କଟକ : କଟକରୁ ପୁଣି ଧଳା ଜହର ଜବତ । ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଲାଗିଛି ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଧଳା ଜହର କାରବାର କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜଣକ କଲେଜ ଛାତ୍ରଙ୍କୁ ବ୍ରାଉନସୁଗାର ଯେ।ଗାଉଥିବା ଜଣାପଡିଛି ।ଧଳାଜହର ବେପାରିଙ୍କ ଟାର୍ଗେଟରେ ମିଲେନିୟମ ସିଟି । କଟକରୁ ପୁଣି ବ୍ରାଉନସୁଗାର ଜବତ ପରେ ଏହା ପ୍ରମାଣିତ ହେ।ଇଛି । ଅବକାରୀ ସ୍କ୍ବାର୍ଡ ଜେ।ବ୍ରା ଅଞ୍ଚଳରେ ଚଢାଉ କରି ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଜଣେ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ପରୀକ୍ଷିତ ପ୍ରଧାନ ଓ ତାଙ୍କ ପୁଅ ମିଶି କଟକରେ ବ୍ରାଉନସୁଗାର ବେପାର ଚଳାଇଥିଲେ । ୨ମାସ ତଳେ ପୁଅ ଗିରଫ ହେ।ଇ ଜେଲ ଯାଇଥିବା ବେଳେ ଏବେ ପଡିଛି ବାପା ପାଳି । ବାଲେଶ୍ବରରୁ ବ୍ରାଉନସୁଗାର ଆଣି କଟକରେ ବେପାର କରୁଥିବା ମାନିଛନ୍ତି ଗିରଫ ନିଶା ବେପାରି । ନିଶାର ଗରାଖ ୟୁବ ପୀଢି । ସେଥିଲାଗି କଲେଜ ଛାତ୍ର ଓ ଯୁବପୀଢିଙ୍କୁ ଟାର୍ଗେଟ୍ କରୁଥିଲେ ବାପ ପୁଅ । ଜୋବ୍ର ସ୍ଥିତ ଇଞିନିୟରିଂ ସ୍କୁଲ ପାଖରେ ବେପାର ଜମାଉଥିଲେ ପରୀକ୍ଷିତ । ଏହି ଧଳା ଜହର ସହରର ଆଉ କେଉଁ କେଉଁ ଠାରେ ବିକ୍ରି କରାଯାଉଛି ସେନେଇ ତଦନ୍ତ ଜାରି ରଖିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ । ଖୁବଶିଘ୍ର ଏହି ନିଶା ରାକେଟ୍ କୁ ଧରା ଯିବ ବୋଲି କହିଛନ୍ତି ଫ୍ଲାଇଙ୍ଗ ସ୍କ୍ବାର୍ଡ ଅଧିକାରୀ । ଗତ ୩୦ ତାରିଖରେ ଅବକାରି ଗୁଇନ୍ଦା ବିଭାଗ ଶିଖରପୁର ଅଞ୍ଚଳରୁ ପ୍ରାୟ ୪୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲେ । ଦାମି କାର୍ ରେ ଏହି ବେପାର କରୁଥିବା ୨ ଜଣଙ୍କୁ ଗିରଫ କରିଥିଲା । ଏହି ଧଳା ଜହର ବେପାରରେ ଆଉ କେତେଜଣ ସମ୍ପୃକ୍ତ ତାକୁ ଖୋଜି ବାହାର କରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ।

Leave A Reply

Your email address will not be published.