ରତ୍ନ ଭଣ୍ଡାର ଚାବିକୁ ନେଇ ବିଜେପିର ଜନ ଜାଗରଣ ଯାତ୍ରା

ରତ୍ନ ଭଣ୍ଡାର ଚାବିକୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା କରୁଛି ବିଜେପି । ଜିଲ୍ଲା ମୁଖ୍ୟାଳୟ ଓ ସବଡିଭିଜନ ମୁଖ୍ୟାଳୟରେ ଚାଲିଛି ବିକ୍ଷୋଭ । କାଲିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ହେବା ନେଇ ଏତଲା ଦିଆଯିବ ଏବଂ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବାକୁ ବିଜେପି ଘୋଷଣା କରିଛି । ଚାବି ହଜିବା ଓ ରତ୍ନଭଣ୍ଡାର ସମ୍ପତି ସୁରକ୍ଷାକୁ ନେଇ ପ୍ରଶ୍ନ ଓଡିଆ ଭାବବେଗକୁ କୁଠାରଘାତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ବିଜେପି ପ୍ରଶ୍ନ କରିଛି। ସେପଟେ ବିଜେପିର ଜନଜାଗରଣ କାର୍ଯ୍ୟକ୍ରମକୁ ବିଜେଡି କଡା ନିନ୍ଦା କରିଛି । ଭକ୍ତଙ୍କ ଭାବାବେଗକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛି ଦଳ । ଜଗନ୍ନାଥଙ୍କ ପ୍ରତି କେହି ଅନ୍ୟାୟ କରିପାରିବେ ନାହିଁ, ସେଥିପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିବା ବିଜେଡି ଯୁକ୍ତି ରଖିଛି ।

Leave A Reply

Your email address will not be published.