ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ୪ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଓଡ଼ିଶାରେ ୪ଦିନ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଭାରତ ବର୍ଷରେ ଶୁକ୍ରବାରଠାରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ୩ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଦେଶର ଅନ୍ୟ ପ୍ରାନ୍ତରେ ଏହା ଖୋଲା ରହିବ ।
ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ୟୁନିଅନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନର ଡାକରା ଦିଆଯାଇଛି। ଏଥିରେ ଓଡ଼ିଶାରେ ଥିବା ବ୍ୟାଙ୍କ ସଂଗଠନ ଗୁଡ଼ିକ ସାମିଲ ହେବେ। ତେଣୁ ୨ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ସେହିପରି ଫେବୃଆରୀ ୨ ରବିବାର ଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ଛୁଟି।
ତେଣୁ ଆସନ୍ତାକାଲି ଠାରୁ ଲଗାତର ୪ଦିନ ବ୍ୟାଙ୍କ ବନ୍ଦ ରହୁଛି। ୨୦୧୭ରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଦରମା ବୃଦ୍ଧି ପାଇଁ ଦାବି କରୁଥିଲେ ହେଁ ସରକାରୀ ସ୍ତରରେ ଏହାକୁ ଗୁରୁତ୍ୱର ସହ ନିଆଯାଉ ନାହିଁ। ତେଣୁ ୟୁନିଅନ ଦୁଇ ଦିନ ଧରି ବନ୍ଦ ଡାକରା ଦେଇଛି।
ଯଦି ସରକାର ଏହାକୁ ନଶୁଣିବେ, ତା’ହେଲେ ଏପ୍ରିଲ ମାସରୁ ୟୁନିଅନ ଅନିର୍ଦ୍ଦିଷ୍ଟ କାଳ ପାଇଁ ହରତାଲ କରିବ। ଏହାପୂର୍ବରୁ ମାର୍ଚ୍ଚ ୧୧, ୧୨ ଓ ୧୩ ତିନି ଦିନ ଧରି ମଧ୍ୟ ବ୍ୟାଙ୍କ ୟୁନିଅନ ହରତାଲ କରିବ।
