ଆଜିଠାରୁ ଆରମ୍ଭ ହେଲା ପାର୍କ ଉତ୍ସବ; ଏଥର ରବିବାର ପାର୍କରେ ଜମିବ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ଆଜିଠାରୁ ରାଜଧାନୀର ବିଭିନ୍ନ ପାର୍କରେ ଆରମ୍ଭ ହେଲା ପାର୍କ ଉତ୍ସବ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ଗପ କହିବା ପରି ବହୁ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ କରାଯିବ । ଆଜି ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ରାଜଧାନୀର ଦୁଇଟି ପାର୍କରେ ଅନୁଷ୍ଠିତ ହେବ । ୟୁନିଟ୍-୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଓ ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କରେ ପ୍ରଥମ ପର୍ଯ୍ୟାୟରେ ଏହି ପାର୍କ ଉତ୍ସବ ଅନୁଷ୍ଠିତ ହେବ । ପରବର୍ତୀ  ରବିବାର ମାନଙ୍କରେ ଧିର ଧିରେ ଏହି କାର୍ଯ୍ୟକ୍ରମ ଅନ୍ୟ ପାର୍କରେ ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ବିଡିଏ ଦ୍ୱାରା ରବିବାର ସକାଳେ ପଥୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିଲା ପାର୍କ ଉତ୍ସବ ମଧ୍ୟ ଠିକ ସେହିଭଳି ପଥ ଉତ୍ସବ ଭଳି ଏକ କାର୍ଯ୍ୟକ୍ରମ ବୋଲି ଜଣାପଡିଛି ।

ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଆଜି ଭୁବନେଶ୍ବରର ଆଇଜି ପାର୍କ, ମଧୁସୂଦନ ପାର୍କରେ ହେବ ପାର୍କ ଉତ୍ସବ । ଫେବୃୟାରୀ ୯ରେ ବିଜୁ ପଟ୍ଟନାୟକ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କରେ । ଏହା ପରେ ୧୬ତାରିଖରେ ମହାତ୍ମା ଗାନ୍ଧୀ ପାର୍କ ଓ ଖାରବେଳ ପାର୍କ, ୨୩ରେ ନିକୋ ପାର୍କ ଓ ମଧୁସୂଦନ ପାର୍କ, ୧ ମାର୍ଚ୍ଚରେ ଇନ୍ଦିରା ଗାନ୍ଧୀ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ, ୮ ମାର୍ଚ୍ଚରେ ବିଜୁ ପଟ୍ଟନାୟକ ପାର୍କ ଓ ଖାରବେଳ ପାର୍କ । ଏହିପରି ୧୫ ମାର୍ଚ୍ଚରେ ନିକୋ ପାର୍କ ଓ ମଧୁସୂଦନ ପାର୍କରେ ହେବ ଉତ୍ସବ । ଏନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.