କୋଚି: କେରଳରେ ଆଉ ଜଣେ କୋରୋନା ଭାଇରସ୍ ରୋଗୀ ଚିହ୍ନଟ କରାଯାଇଛି । ସେ ବ୍ୟକ୍ତିଜଣଙ୍କ ଚୀନ ଯାଇଥିଲେ । ଏହାପରେ ତାଙ୍କର ଏହି ଭାଇରସ୍ ହୋଇଥିବା ଜଣାପଡିଛି । ଏବେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରଖାଯାଇଛି ଏବଂ ଚିକିତ୍ସକମାନେ ତାଙ୍କର ଅନୁଧ୍ୟାନ କରୁଛନ୍ତି ।
ଅଳ୍ପ କିଛି ଦିନ ତଳେ କେରଳରେ ଭାରତର ପ୍ରଥମ କୋରୋନା ଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା। ପ୍ରଥମ କୋରୋନା ଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯିବା ପରେ କେରଳରେ ସମୁଦାୟ ୧୭୯୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ନିକଟରେ ଏହି ଲୋକମାନେ ଚୀନ୍ରୁ ଫେରିଥିଲେ। କୋରୋନା ଭାଇରସ୍ ଆକ୍ରାନ୍ତ ପ୍ରଥମ ଭାରତୀୟ ବ୍ୟକ୍ତି ସେ ମହିଳାଜଣକ ଚୀନ୍ରୁ କେରଳ ଫେରିଥିଲେ। ତ୍ରିସୁର ମେଡିକାଲ୍ କଲେଜ ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ଥିବା ମହିଳା ରୋଗୀଜଣକ ସୁସ୍ଥ ହେଉଥିବା କଥା ଶନିବାର ଦିନ କେରଳ ସରକାର କହିଛନ୍ତି।
