ନୂଆଦିଲ୍ଲୀ : ଦିଲ୍ଲୀ ବୁରାଡି ଗଣ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ଦିଗ ସାମ୍ମନାକୁ ଆସୁଛି । ଏହା ପଛରେ ତାନ୍ତ୍ରୀକଙ୍କ ହାତ ଥିବା ନେଇ ସନ୍ଦେହ ବଢୁଛୁ । ଜଣେ ମହିଳା ତାନ୍ତ୍ରୀଙ୍କଙ୍କ ସଂପୃକ୍ତି ନେଇ ପୋଲିସ ତଦନ୍ତ କରୁଥିବାବେଳେ ଏବେ ଭାଟିଆ ପରିବାର ସହ ଜଣେ ତାନ୍ତ୍ରିକଙ୍କ ସଂପର୍କଙ୍କ ନେଇ ଏକ ଅଜଣା ଚିଠି ଆସିଛି । ଏହି ଚିଠିରେ କୁହାଯାଇଛି ଯେ ଭାଟିଆ ପରିବାର ସହ କୈାଣସି ଏକ ତାନ୍ତ୍ରିକଙ୍କ ସମ୍ପର୍କରେ ଥିଲେ ଓ ଏଥିପାଇଁ ଏହିପରି କାଣ୍ଡ ଘଟିଥାଇ ପାରେ ବୋଲି ସେ ସନ୍ଦେହ କରୁଥିବା ପୋଲିସକୁ କହିଛନ୍ତି । ବର୍ତ୍ତମାନ ସମୟରେ ପୋଲିସକୁ ଏହି ଘଟଣା ସମ୍ପର୍କରେ କୈାଣସି ବାହାରର ବ୍ୟକ୍ତି କିମ୍ବା କୈାଣସି ତାନ୍ତ୍ରିକଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ । କିନ୍ତୁ ଏହି ଚିଠି ମିଳିଲାପରେ ବୁରାଡି ଘଟଣାରେ ନୂଆ ମୋଡ ଆସିଛି ।
ସୂଚନା ଅନୁସାରେ କମିଶନରଙ୍କୁ ମିଳିଥିବା ଚିଠିଟି ୩ ଜୁଲାଇରେ ଲେଖାଯାଇଛି । ଏହି ଚିଠି ଲେଖିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ଭାଟିଆ ପରିବାରର ୧୧ ଜଣଙ୍କ ମୃତ୍ୟୁ ପଛରେ ଧାର୍ମିକ ଅନ୍ଧବିଶ୍ୱାସ ରହିଛି । କେବଳ ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ସମୂହ ଆତ୍ମହତ୍ୟା କରିଛନ୍ତି । ଏବଂ ସେ ଦାବିର ସହ କହିଛନ୍ତି ଭାଟିଆ ପରିବାରର ବିଡିବାଲା ବାବାଙ୍କ ସହ ସମ୍ପର୍କ ରହିଥିଲା ଓ ସେମାନେ ଏହି ବାବାଙ୍କ ଶରଣରେ ଥିବା ସହ ପ୍ରତ୍ୟେକ ସମୟରେ ଦେଖା କରୁଥିଲେ । ସେହି ବାବାଙ୍କ ପ୍ରକୃତ ନାମ ଚନ୍ଦ୍ରପ୍ରକାଶ ପାଠକ ଓ ସେ ଦିଲ୍ଲୀର କରାଳଠାରେ ରହିଥୁବା ସେ କହିଛନ୍ତି ।
ଏହି ତାନ୍ତ୍ରିକ ଜଣକ କରାଳଠାରେ ଦାଢିଆ ବାବା ଓ ବିଡିବାଲା ବାବା ଭାବରେ ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ସେହି ବାବା ନିଜକୁ ହନୁମାନଙ୍କ ଭକ୍ତ କହୁଥିବା ସହ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଝଡାପୁଙ୍ଖା କରିଥାଆନ୍ତି । ତେବେ ଚିଠିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଏହି ପରିବାରର ମୃତ୍ୟୁ ପଛରେ ବାବାଙ୍କର ହିଁ ହାତ ଥିବା ସେ ସନ୍ଦେହ କରୁଛନ୍ତି ।
