ସରିଲା ରିମାଣ୍ଡ ,ଜେଲଗଲା ଟିଟୋ ୨ ସାର୍ଫ ସୁଟରଙ୍କୁ  ଜେରା କରୁଛି  କ୍ରାଇମବ୍ରାଞ୍ଚ ଏସ୍ ଟିଏଫ 

କେନ୍ଦ୍ରାପଡା  : କେନ୍ଦ୍ରାପଡା ବାରିମୂଳ ଜେଲ୍ ଗଲେ ଗ୍ୟାଙ୍ଗଷ୍ଟର ଟିଟୋ । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପରେ ଆଜି ଟିଟୋକୁ କେନ୍ଦ୍ରାପଡା SDJM କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ତେବେ କୋର୍ଟରେ ଆଉ ରିମାଣ୍ଡ ଆବେଦନ କରିନି କ୍ରାଇମବ୍ରାଞ୍ଚ । ତେଣୁ ଟିଟୋକୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଟ୍ରାଇମବ୍ରାଞ୍ଚକୁ ଟିଟୋର କ୍ରାଇମ ସିଣ୍ଡିକେଟ୍ କେମିତି ଚାଲୁଥିଲା ସେନେଇ ଅନେକ ତଥ୍ୟ ସହ ତା’ର କୋଟି କୋଟି ଟଙ୍କାର ବେପାର ବାବଦରେ ମଧ୍ୟ ସୁରାକ୍ ମିଳିଛି । ରାଜନୈତିକ ବ୍ୟକ୍ତିଙ୍କ ସହ ଲିଙ୍କ, ପାରାଦୀପ ଲିଙ୍କ ଆଦି ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସେପଟେ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ୨ ସାର୍ଫ ସୁଟରଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସ୍ ଟିଏଫ  । ସେକ୍ ସୟଦକୁ କଟକରୁ ଓ ବାବୁଲାକୁ କେନ୍ଦ୍ରାପଡାରୁ ଗିରଫ କରାଯାଇଛି । ଟିଟେ। ଲିଙ୍କରେ ରାକେଶ ପଟ୍ଟନାୟକଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Leave A Reply

Your email address will not be published.