ଏଜି ଛକରେ ଏଡିଜିଙ୍କ ଝିଅକୁ ମହିଳା କନେଷ୍ଟବଲ ମାଡ ମାରିଥିବା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏଜି ଛକରେ ଏଡିଜିଙ୍କ ଝିଅକୁ ମାଡ । ମାଡ ମାରିଛନ୍ତି ଟ୍ରାଫିକ ଦାୟିତ୍ୱରେ ଥିବା ଜଣେ ଲେଡି କନେଷ୍ଟବଲ । ଏପରି ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଟ୍ରାଫିକ ନିୟମ ଉଲଙ୍ଘନ କରିଥିବାକୁ ନେଇ ଯୁକ୍ତି ତର୍କ ହୋଇଥିଲା ଓ ମହିଳା କନେଷ୍ଟବଲ ଜଣଙ୍କ ଏଡିଜିଙ୍କ ଝିଅକୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ହେଉଥିବା ସୂଚନା ମିଳିଛି । ସେପଟେ ଦାୟୁତ୍ୱରେ ଥିବା ମହିଳା କନେଷ୍ଟବଲ କହିଛନ୍ତି ସେ ତାଙ୍କ ଟ୍ୟୁଟି କରିଛନ୍ତି ।

ମିଳିଥିବା ସୂଚନାନୁସାରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଗଲା ପରେ ଓଡ଼ିଶା ପୋଲିସରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପରିବାର ଏଜି ଛକରୁ ଆଚାର୍ଯ୍ୟ ବିହାର ଯାଉଥିଲେ। ସେହି ସମୟରେ ଟ୍ରାଫିକରେ ସବୁଜ ସଙ୍କେତ ହେଲା ପରେ ରାସ୍ତା ପାର ହେଉଥିଲେ । କିନ୍ତୁ ସେହି ସମୟରେ ଦାୟିତ୍ୱରେ ଥିବା ମହିଳା ଟ୍ରାଫିକ ପୋଲିସ ତାଙ୍କୁ ଅଟକେଇଥିଲା ଏବଂ ତା’ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଚସା ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କନଷ୍ଟେବଳ ଜଣକ ଏଡିଜିଙ୍କ ଝିଅଙ୍କୁ ଚାପୁଡା ମାରିଥିଲେ। କିନ୍ତୁ ଝିଅ ତାଙ୍କ ପରିଚୟ ଦେଲା ପରେ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ।     ଭୁବନେଶ୍ୱର ଡିସିପି ଅନୁପ ସାହୁ ଘଟଣାର ତଦନ୍ତ ନିଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଘଟଣାର ତଦନ୍ତ ପରେ ହିଁ ଯାହା କିଛି କୁହାଯାଇପାରିବ । ଟ୍ରାଫିକ ପୋଷ୍ଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ହେବା ନେଇ ସେ ସୂଚନା ଦେଇଛନ୍ତି ।   ଅପରପକ୍ଷରେ ଦାୟିତ୍ୱରେ ଥିବା ମହିଳା କନଷ୍ଟେବଳ ପ୍ରତିକ୍ରିୟା ରଖି କହିଛନ୍ତି କାର ଚାଳାଉଥିବା ମହିଳା ଜଣକ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ । ସେ କ୍ଷେତ୍ରରେ ମୁଁ ମୋର କର୍ତ୍ତବ୍ୟ କରିଛି।

Leave A Reply

Your email address will not be published.