ଝାରସୁଗୁଡ଼ା : ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଠି ସମ୍ପର୍କକୁ ଭୁଲି ଯାଉଛି ସେଠି ଜଣେ ଲୋକପ୍ରତିନିଧି ମାନବିକତା ଦେଖାଇ ଜଣେ ଭିକାରୁଣୀର ଶବକୁ କାଂଧେଇ ଶ୍ମଶାନକୁ ନେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ସେତିକି ନୁହେଁ, ଏହି କାର୍ଯ୍ୟ ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ହୃଦୟବାନ ବିଧାୟକ ହେଲେ ବିଜେଡିର ରମେଶ ପଟୁଆ । ସେ ମାନିବିକ ମୂଲ୍ୟବୋଧର ଏକ ବିରଳ ଉଦାହରଣ ସ୍ୃଷ୍ଟି କରିଛନ୍ତି । କେବଳ ବିଧାୟକ ଏକା ନୁହନ୍ତି ତାଙ୍କ ପୁଅ ରାହୁଲ, ପୁତୁରା ବାଦଲ ଏବଂ ବନ୍ଧୁ ଭାରତ କରାଲି କୋକେଇରେ କାନ୍ଧ ଦେଇଥିଲେ । ରେଙ୍ଗାଲି ଅଞ୍ଚଳରେ ବୁଲି ବୁଲି ଘୁଡ୍କା ବଜାଇ ଏକ ଦମ୍ପତି ଭିକ ମାଗି ପେଟ ପୋଷୁଥିଲେ । ଉଭୟେ ଲଇଡ଼ା ନିକଟସ୍ଥ ଅମନାପଲି ଗ୍ରାମ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୁଡ଼ିଆରେ ଆଶ୍ରୟ ନେଇଥିଲେ । ଆଜି ସକାଳେ ଏହି ଦମ୍ପତିଙ୍କ ମଧ୍ୟରୁ ବୃଦ୍ଧାଙ୍କ ମ୍ୃତ୍ୟୁ ଘଟିଥିଲା । ଏହି ବୃଦ୍ଧାଙ୍କ ଶବକୁ କାନେ୍ଧଇ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ କେହି ବାହାରି ନଥିଲେ । ଖବର ପାଇ ବିଧାୟକ ଶ୍ରୀ ପଟୁଆ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଅମନାପାଲି ଗ୍ରାମରେ ପହଞ୍ଚି ଶବକୁ କାଂଧେଇ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ । ଏହି ଅବସରରେ ବହୁ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ପଟୁଆଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
