କାହାର ପସନ୍ଦ କଣ ତାହା ତାର ସ୍ୱଭବ ଓ ଭଙ୍ଗୀରୁ ଜଣାପଡେ । ଏମିତିକି ଶୋଇବା ଶୈଳୀ ବି ସେମାନଙ୍କର ମନକଥା ଧରାପକାଇ ଦିଏ । ତେବେ ଆପଣ ଯଦି ଆପମଙ୍କ ଗର୍ଲଫ୍ରେଣ୍ଡର ମନ କଥା ଜାଣି ପାରୁ ନାହାନ୍ତି । ସେ ଆପଣଙ୍କୁ ଭଲ ପାଉଛି କି ନାହିଁ ପସନ୍ଦ କରୁଛିକି ନାହିଁ ତାହା ଜାଣଇପାରୁ ନାହାନ୍ତି ତବେ ଆପଣ ଆଉ ଟେନସନ ନିଅନ୍ତି । ପ୍ରଥମେ ଘର୍ଳଫ୍ରେଣ୍ଡଠୁ ବୁଝନ୍ତି ତାର ଶୋଇବା ଶୈଳୀ ବାସ ଆପଣଙ୍କର ସବୁ ଟେନସେନ ଦୂର ହୋଇଯିବ । କାହିଁକି ନା ଶୋଇବା ଶୈଳୀ କହିବ ଆପଣଙ୍କ ଗର୍ଲଫ୍ରେଣ୍ଡ କେମିତି ପୁଅକୁ ପସନ୍ଦ କରୁଛି ।
ସିଧା ହୋଇ ଶୋଇବା : ସିଧାହୋଇ ଶୋଇବା ଝିଅ ନିଜ ସ୍ୱପ୍ନ ପୁରଣ ପାଇଂଁ ସବୁବେଲେ ଚେଷ୍ଟା କରନ୍ତି । ଏମାନେ ସ୍ୱାଭିମାନୀ ପୁଅଙ୍କୁ ପସନ୍ଦ କରନ୍ତି । ଯେଉଁ ପୁଅ ନିଜର ସ୍ୱାଭୀମାନକୁ ନେଇ ଆଗକୁ ପଢନ୍ତି ସେମାନେ ସେମାନଙ୍କୁ ଭଲ ପାଆନ୍ତି ଓ ନିଜ ଜୀବନ ସାଥୀ ଭାବେ ବାଛନ୍ତି । ସେ ଧନୀ କି ଗରୀବ ହୁଅନ୍ତୁ ତାହା ଉପରେ ଏମାନେ କିଛି ଯାଏ ଆସେ ନାହିଁ ।
ଓଲଟା ହୋଇ ମୁହଁ ମାଡି ଶୋଇବା : ଏହି ଭଳି ଶୈଳୀରେ ଶୋଉଥିବା ଝିଅ ସାଧାରଣ ଲୋଭି ସ୍ୱାଭବର ହୋଇଥାନ୍ତି । ସେମାନେ ସେମାନଙ୍କର ବୟ ଫ୍ରେଣ୍ଡଠୁ ସୁବବେଲେ କିଛି ନା କିଛି ନା କିଛି ପାଇବାର ଆଶା ରଖନ୍ତି । ଭଲ ପାଇବା ଅପେକ୍ଷା ଏମାନେ ଅଧିକ ଗିଷ୍ଟ ନେବାକୁ ପସନ୍ଦ କରନ୍ତି । ଏମାନଙ୍କୁ ପ୍ରତି କଥାରେ ସରପ୍ରାଜ ଦେଉଥିବା ପୁଅ ପସନ୍ଦ । ବୋରଂ ପୁଅ ବା ଚୁପ ଚାପ ରହୁଥିବା ପୁଅକୁ ଏମାନେ ଆଦୈ ପସନ୍ଦ କରନ୍ତିନି ।
ବାମପଟ ମାଡି ସୋଉଥିବା ଝିଅ: ବାମ ପଟକୁ ମାଡି ଶୋଉଥିବା ଝିଅ ନେତୃତ୍ୱ ନେଉଥିବା ପୁଅଙ୍କୁ ଅଧିକ ପସନ୍ଦ କରନ୍ତି । ଲିଟରସିପ ନେଉଥିବା ପୁଅଙ୍କ ପ୍ରତି ଏମାନେ ଅଧିକ ଆକର୍ଷିତ ହୁଅନ୍ତି । ସେମାନେ ପୁଅଙ୍କ ସୁନ୍ଦରତା ଅପେକ୍ଷା ସେମାନଙ୍କର ଲିଡରସିପ କ୍ୟାଲିଟିକୁ ଅଧିକ ଗୁରୁତ୍ୱ ଦିଅନ୍ତି ।ଏମାନେ ଏମାନଙ୍କ ସବୁ ପରିସ୍ଥିତିରେ ଖାପଖୁଆଇ ଚଳିବାକୁ ପସ୍ତୁତ ଥାନ୍ତି ।
ତକିଆ ହାତରେ ଧରି ସୋଇବା : ଅନେକ ଝିଅ ତକିଆ ଧରି ଶୋଇଥାନ୍ତି । ଏପରି ଶୋଉଥିବା ଝିଅ ଅଧିକ ଭାବୁକ ହୋଇଥାନ୍ତି । ଏମାନେ ପୁଅଙ୍କ ଧନ ଓ ପାଠ ଅପେକ୍ଷା ଲୁକକୁ ଅଧିକ ପସନ୍ଦ କରନ୍ତି । ସୁନ୍ଦର ଲୁକ ଦେଉଥିବା ପୁଅକୁ ପାଇବାକୁ ଏମାନେ

କିଛି ବି କରିବାକୁ ପଛାନ୍ତିନି । ଏମାନେ ସେଇଭଲି ପୁଅଙ୍କୁ ପଟାଇବାକୁ ନିଜ ଆଡୁ ସବୁ ପ୍ରକାର ପ୍ରୟାସ କରନ୍ତି ।
ଗୋଡ ଫର୍ଚା କରି ଶୋଇବା : ଏଭଳି ଶୈଳୀରେ ଶୋଉଥିବା ଝିଅ କେୟାରଲେସ । କିଛିଟେନସନ ନିଅନ୍ତିନି । ଲାଇଫରେ କେବେ କାହାର ହସ୍ତକ୍ଷେପକୁ ଏମାନେ ଆଦୈ ବରଦାସ୍ତ କରନ୍ତିନି । ଏମାନଙ୍କୁ କୈଣସି କାମରେ ରୋକ ଟୋକ ରୁ ନଥିବା ପୁଅଙ୍କୁ ଏମାନେ ପସନ୍ଦ କରନ୍ତି । ଏମାନେ ସ୍ୱାଧୀନରେ ରହି ଚଳିବାକୁ ଭଲ ପାଆନ୍ତି ଓ ସେଇଭଳି ପୁଅକୁ ପସନ୍ଦ କରନ୍ତି ।
ତକିଆ ଧରି ମୁହଁ ତଳକୁ କରି ଶୋଇବା : ଏଭଳି ଶୋଉଥିବା ଝିଅ ଚଞ୍ଚଳ ସ୍ୱଭାବର । ଏମାନଙ୍କୁ ସ୍ୱପ୍ନ ଦେଖିବା ପସନ୍ଦ । ଏମାନେ ଏଭଳି ପୁଅକୁ ପସନ୍ଦ କରନ୍ତି ଯେଉଁ ମାନେ ଏାନଙ୍କ କେୟାର କରୁଥିବେ ଓ ଅଧିକ ସମୟ ଦେଉଥିବେ ।
ଏହିଭଳି ଶୈଳୀରେ ଶୋଉଥିବା ଝିଅ କେବଳ ନିଜ ଦୁନିଆ କଥା ଚିନ୍ତା କରନ୍ତି । ବାହାର ଦୁନିଆ ସହ ଏମାନଙ୍କ କୈଣସି ନେଣ ଦେଣ ନଥାଏ । ଏମାନେ ସାଧା ସିଧା ଓ ଖୋଲା ଖୋଲି ସ୍ୱଭାବର ପୁଅକୁ ପସନ୍ଦ କରି ତାଙ୍କ ସହ ସଂପର୍କ ବଢାଇ ସଂସାର ଗଢିବାକୁ ସ୍ୱପ୍ନ ଦେଖନ୍ତି ।
ଏବେ ଜାଣନ୍ତୁ ଆପଣ ଭଲ ପାଉଥିବା ଝିଅ କିପରି ଶୋଉଛି ଓ ତାର ପସନ୍ଦ କଣ । ଆୁଣ ନିଜ ସ୍ୱଭାବକୁ ମିଳାଇ ଜାଣନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ ଆପଣଙ୍କୁ କେତେ ପସନ୍ଦ କରୁଥିବ ।
