ଅନୁଗୋଳ : ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନେଇ ଲୋକଙ୍କ ମନରେ ଭୟ । ଚଣାଗୋଡିନାଳ ପାର ହୋଇ ଆଠମଲ୍ଲିକର ଧଣ୍ଡାତୋଫା ରେଞ୍ଜରେ ବୁଲୁଛି ବାଘୁଣୀ। ବିପ୍ରଡିହ ଗାଁରେ ଏକ ବାଛୁରୀକୁ ମାରି ଖାଇବା ପରେ ବାଘୁଣୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ସୁନ୍ଦରୀକୁ ରାଇଗୁଡା ରେଞ୍ଜକୁ ଫେରାଇ ନେବାକୁ ଭରପୁର ପ୍ରୟାସ ଚାଲିଛି ।
ନଦ ହଜାଇଲାଣି ସାତକୋଶିଆର ବାଘୁଣୀ ସୁନ୍ଦରୀ । ଅଠମଲ୍ଲିକ ଜଙ୍ଗଲରେ ବୁଲୁଛି ସୁନ୍ଦରୀ । ଧଣ୍ଡାତୋଫା ରେଞ୍ଜ ବିପ୍ରଡିହ ଗାଁ ପାଖ ପଡିଆରେ ଏକ ବାଛୁରି ଛୁଆକୁ ମାରି ଖାଇଛି। ଯାହାକୁ ନେଇ ବିପ୍ରଡିହ,ତରଣ୍ଡା, ମଇମୁରୀ ବାସୀଙ୍କ ନିଦ ଉଡିଯାଇଛି। ଲୋକେ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କର ନିତ୍ୟ ବ୍ୟବହାର ଜାଳେଣି କାଠ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କାରିବାକୁ ଡରୁଛନ୍ତି । ଏପରିକି ଗୃହପାଳିତ ପଶୁ ଜଙ୍ଗଲ ଭିତରକୁ ଚରାଇ ନେବାକୁ ଭୟ କରୁଛନ୍ତି । ଆଗରୁ କଟରଙ୍ଗ, ତରଭା ଆଦି ଅଞ୍ଚଳରେ ବାଘୁଣୀ ସୁନ୍ଦରୀ ବୁଲୁଥିବା ଏବଂ ଜଣେ ଫରେଷ୍ଟଗାର୍ଡଙ୍କୁ ଆକ୍ରମଣ କରିଥିବା ଖବର ଆସିଥିଲା । ଏପରି ଅବସ୍ଥାରେ ଲୋକେ କିଭଳି ସୁରକ୍ଷିତ ରହିବେ ସନେଇ ଚିନ୍ତାରେ ।
ବାଘୁଣୀକୁ ଆୟତ କାରିବାପାଇଁ ବସିଛି ବନ ବିଭାଗର ଗୁପ୍ତ ବୈଠକ । ବାଘୁଣୀକୁ ରାଇଗୁଡା ଜଙ୍ଗଲକୁ ଫେରାଇ ଆଣିବା ପାଇଁ ୨୦ ଜଣ ବନ ବିଭାଗ କର୍ମଚାରୀ ଲାଗି ପଡିଛନ୍ତି । ବାନ୍ଧବଗଡରୁ ଏକ ଏକ୍ସପର୍ଟ ଟିମ ବାଘୁଣୀକୁ ଆୟତ କରିବା ପାଇଁ ଆସିଥିବା ଶୁଣିବାକୁ ମିଳିଛି। ହେଲେ ଏନେଇ ବନ ବିଭାଗର ଆର.ସି.ସି.ଏଫ କିଛି କହୁ ନାହାନ୍ତି ।
ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ୫୧ ଦିନ ସ୍ବତନ୍ତ୍ର ଏନକ୍ଲୋଜରରେ ରହିଲା ପରେ ଗତ ୧୭ରେ ରାଇଗୁଡା ଜଙ୍ଗଲକୁ ଛଡାଯାଇଛି ।ଆଉ ସେହିଦିନ ଠାରୁ ବାଘୁଣୀ ସୁନ୍ଦରୀ ଗାଁ ମୁହାଁ । ଯାହାକୁ ନେଇ ଲୋକଙ୍କ ମନରେ ପଶିଛି ଛନକା ।
