ଥାଇଲାଣ୍ଡ : ସରିଲା ଅପରେସନ । ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫା ଭିତରୁ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳୀ ଓ ତାଙ୍କ କୋଚକୁ ମିଶାଇ ମୋଟ ୧୩ ଜଣଙ୍କୁ ଉଦ୍ଧାର କରାଗଲା । ତିନି ଦିନ ରେସକ୍ୟୁ ଅପରେସନ ପରେ ଗୁମ୍ଫାରୁ ମୁକୁଳିଳେ ଫସିରହିଥିବା ୧୨ ଖେଳାଳିଙ୍କ ସହ କୋଟଙ୍କୁ ମିଶାଇ ୧୩ । ଥାଇଲ୍ୟାଣ୍ଡ ଓ ବିଦେଶର ୯୦ ଏକ୍ସପର୍ଟ ଡାଇଭର ଦୁଇଦିନରେ ମୋଟ ୮ଜଣଙ୍କୁ ଉଦ୍ଧାର କରି ସାରିଲେଣି । ରବିବାର ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୋମବାର ଆଉ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ଆଜି ମଙ୍ଗଳବାର ବାକି ଅନ୍ୟ ମାନଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ଜୁନ ୨୩ ତାରିଖରେ ୧୨ ଫୁଟବଲ୍ ଖେଳାଳି ଏବଂ ସେମାନଙ୍କ କୋଚ୍ ଗୁମ୍ଫା ଭିତରେ ପଶିଥିଲେ । ତେବେ ବର୍ଷା ପାଣି ୪ କିଲୋମିଟର ଲମ୍ବା ଗୁମ୍ଫାରେ ପଶିବାରୁ ଆଉ ବାହାରି ପାରିନଥିଲେ । ଏମାନଙ୍କୁ ସୁରକ୍ଷିତ ବାହାର କରିବା ଥିଲା ବଡ଼ ଚାଲେଞ୍ଜ । ତେବେ ଥାଇଲାଣ୍ଡ ଏବଂ ବିଦେଶରୁ ଆସିଥିବା ଡାଇଭରମାନେ ଜୀବନକୁ ପାଣି ଛଡ଼ାଇ ଏହି ଚାଲେଞ୍ଜ ଗ୍ରହଣ କରିଥିଲେ । ପହଁରା ଜାଣି ନଥିବାରୁ ପିଲାଙ୍କୁ ଆଣିବା ଆହୁରି ମୁସ୍କିଲ ଥିଲା । ତେବେ ରବିବାର ଆରମ୍ଭ ହୋଇଥିଲା ଅପରେସନ୍ । ତେବେ ୨ ଜଣ ଲେଖାଏଁ ଏକ୍ସପର୍ଟ ଡାଇଭର୍ ଜଣେ ଲେଖାଏଁ ପିଲାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ଏମାନଙ୍କୁ ସାହାଯ୍ୟ କରିଥିଲେ ଅନ୍ୟ ଡାଇବର । ରବିବାର ବନ୍ଦ ଥିବା ଅପରେସନ୍ ସୋମବାର ପୁଣିଥରେ ଆରମ୍ଭ ହୋଇଥିଲା । ଆଉ ସଫଳତା ବି ମିଳିବାରେ ଲାଗିଛି ।
