ପୁରୀ : ମଝି ଚିଲିକାରେ ପୁଣି ଅଟକିଲା ଡଙ୍ଗା । ସାତପଡା ଯାଉଥିବାବେଳେ ଡଙ୍ଗାଟି ଚିଲିକାରେ ଅଟକି ଯାଇଥିଲା । ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗାଟି ଚିଲିକା ମଝିରେ ଫଶି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୫୦ ରୁ ୬୦ ଜଣ ଯାତ୍ରୀ ଅଛନ୍ତି । ଏଥି ସହ ୧୫ଟି ବାଇକ୍ ମଧ୍ୟ ରହିଛି । ଜହ୍ନିକୁଦା ଠାରୁ ସାତପଡା ଯାଉଥିଲେ ଯାତ୍ରୀ । ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ।
ପୂର୍ବରୁ ଚିଲିକାରେ ଡଙ୍ଗାବୁଡି ହୋଇଥିଲା । ଏଥିରେ କାଳିଯାଇ ଦର୍ଶନ ସାରି ଫେରୁଥିବାବେଳେ ବର୍ଷା ପବନ ଯୋଗୁ ଟଙ୍ଗାଡି ବୁଡିଯାଇଥିଲା । ଏଥିରେ ଥିବା ୧୩ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସରକାର ଏହା ଉପରେ ତଦନ୍ତ କରିଥିଲେ । ଡଙ୍ଗା ଚଳା ଚଳ ନେଇ କଟକଣା ବି ଜାରି ହୋଇଥିଲା । ହେଲେ ଆଜି ପୁଣଇ ଏକ ବଡ ଅଘଟଣରୁ ରକ୍ଷା ପାଇଛନ୍ତି ଯାତ୍ରୀ । ( ଫାଇଲ ଫଟୋ )
