ଭୁବନେଶ୍ୱର : ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ,ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ବିଚ୍ଚିନ୍ନତାବାଦୀ ମାନସିକତାକୁ ଓଡ଼ିଶାବାସୀ କେବେ ହେଲେ ଗ୍ରହଣ କରିବେ ନାହିଁ ବୋଲି ଅଭିଯୋଗ କରିଛି ଆମେ ଓଡିଆ ସଙ୍ଗଠନ । ଶ୍ରମମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସାଢେ ୪ କୋଟି ଓଡିଆଙ୍କ ମନରେ କଷ୍ଟ ଦେଇଛି । ତେଣୁ ଶ୍ରମମନ୍ତ୍ରୀ ତୁରନ୍ତ ନିସର୍ତ କ୍ଷମା ମାଗିବାକୁ ଦାବି କରିଛି ସଙ୍ଗଠନ । ଆଜି ଏନେଇ ସଙ୍ଗଠନର ଶତାଧିକ କର୍ମୀ ରାଜଧାନୀର ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରମମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ । ଆମେ ଓଡିଆ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ସଙ୍ଗୀତର ଉକ୍ରଳ ବୋଲି ଲେଖାଯାଇଛି । ଶ୍ରମମନ୍ତ୍ରୀ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ବିଚ୍ଚିନ୍ନତାବାଦୀ ମାନସିକତାର ପରିଚୟ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ପଶ୍ଚିମଓଡିଶାର ଅଧିକାଂଶ ଲୋକଙ୍କ ଅବଦାନ ରହିଛି । ସଙ୍ଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, ବିଜେଡି ଦଳ ଆଂଚଳିକ ଦଳ ହୋଇଥିବା ହେତୁ ତାଙ୍କର ବିଚ୍ଛିନ୍ନତାବାଦୀ ମାନସିକତା ଯାଇନି । ଶ୍ରମମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଓଡିଶାବାସୀଙ୍କୁ ଦୁଖ ଦେଇଛି ା ତେଣୁ ମନ୍ତ୍ରୀ ତୁରନ୍ତ କ୍ଷମା ମାଗିବା ସହ ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରିତିଶ ରାୟ, ପି.ରୋଜା, ସ୍ୱପ୍ନାଞ୍ଜଳି ମହାନ୍ତି, ସଙ୍ଗୀତା ସାହୁ, ଧର୍ମେନ୍ଦ୍ର ପାତ୍ର ଓ ମିତାଲି ମୋହନି ପ୍ରମୁଖ ଉପସ୍ଥିତ ଥିଲେ ।
ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟର ଭିଭିନ୍ନ ସଙ୍ଗଠନ ମାନଙ୍କ ପକ୍ଷରୁ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଉକ୍ରଳ ସମ୍ମଳନୀ ପକ୍ଷରୁ ମନ୍ତ୍ରୀ ଏପରି ମତରୁ ନିବୃତ ରହିବା ସହ ଦୁଖ ପ୍ରକାଶ କରିବାକୁ ଦାବି କରିଛି ଉକ୍ରଳ ସମ୍ମଳନୀ ।
