ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଖିଳ ଭାରତ କଂଗ୍ରେସ କମିଟିର ଯୁଗ୍ମସଂପାଦକ ଶ୍ରୀ ଆଦିତ୍ୟ ଶର୍ମା ଯୋଗଦେଇଥିଲେ । ଉôଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ବର୍ତମାନ କଂଗ୍ରେସ ଦଳ ପାଇଁ ଗୋଟିଏ ଲକ୍ଷ୍ୟ ହେଉଛି ସାଧାରଣ ନିର୍ବାଚନ । ତଳସ୍ତରରେ ବୁଥ କମିଟି ଓ ଜୋନାଲ କମିଟି ମାନ ଗଠନ କରି ସଂଗଠନକୁ ସୁଦୃଢ଼ କରିବା ପ୍ରଥମ ଉଦ୍ୟମ ହେବ । ସାରା ରାଜ୍ୟର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ
ଏକ ମନପ୍ରାଣରେ ଗତ ୟୁପିଏ ସରକାରର ଜନହିତକର ଯୋଜନାର ସୁଫଳକୁ ଓ ବର୍ତମାନର ବିଜେପି ଓ ବିଜେଡ଼ି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ଜନସାଧାରଣଙ୍କୁ ଅବଗତ କରାଇ କଂଗ୍ରେସ ପ୍ରତି ଆକୃଷ୍ଟ କରାଇବେ । ଦଳପାଇଁ ସମସ୍ତେ ଶୃଙ୍ଖଳିତ ଭାବରେ ସହଯୋଗର ହାତବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ । ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲକୁ ସୁପର ସ୍ପେସାଲିଟି ହସପିଟାଲ ଦାବୀରେ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଅନଲାଇନ ମାଧ୍ୟମରେ କଂଗ୍ରେସ କର୍ମୀମାନେ ଆର୍ଥିକ ସହାୟତା ଦେବାପାଇଁ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି । ତଦନୁଯାୟୀ ସମସ୍ତ ଜିଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି ଓ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀଙ୍କୁ ସହଯୋଗର ହାତ ବଢ଼ାଇବାପାଇଁ କଂଗ୍ରେସମାନଙ୍କୁ ପିସିସି ସଭାପତି ଅନୁରୋଧ କରିଥିଲେ ।
ଶ୍ରୀ ଶର୍ମା ଉପସ୍ଥିତ ନେତୃବୃନ୍ଦଙ୍କୁ କହିଲେ ଯେ ଦଳ ଯେପରି ରାଜ୍ୟବାସୀଙ୍କର ଆସ୍ଥାଭାଜନ ହୋଇ ଜନସାଧାରଣଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିପାରିବ ସେ ସମ୍ପର୍କରେ ଆପଣମାନଙ୍କର ଅଭିଜ୍ଞତା ଓ ପରାମର୍ଶ ନିତାନ୍ତ ଆବଶ୍ୟକ । ଆପଣମାନଙ୍କ ଏକତା ଓ ନିରନ୍ତର ଉଦ୍ୟମ କଂଗ୍ରେସ ଦଳକୁ ଲକ୍ଷ୍ୟ ପଥରେ ପହଂଚିବା ଲାଗି ସହାୟକ ହୋଇପାରିବ । ସେଥିଲାଗି ଉଠିବ କଂଗ୍ରେସ ହସିବ ଓଡ଼ିଶା, ଆସନ୍ତୁ ଆମ ଭବିଷ୍ୟତ ଆମେ ଗଢ଼ିବା ନାରା ପ୍ରଣିଧାନ ଯୋଗ୍ୟ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ବୋଧନ ଦେଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରବିନ୍ଦ୍ର କୁମାର ସେଠୀ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠୀର ଜେନା, ସନ୍ଧ୍ୟା ମହାପାତ୍ର, ନାରାୟଣ ଦାସ, ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, କିଶୋର ଜେନା, ହମିଦ୍ ହୁସେନ, ସୁର ନନ୍ଦ, ମନୋରଞ୍ଜନ ରାଉତରାୟ, କୈଳାସ ମୁଖି, ଜିଆଉଲ ହକ୍, ଚିତ୍ରଲେଖା ମହାନ୍ତି, ଗିରିବାଳା ବେହେରା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସ୍ୱାଗତିକା ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଦୁର୍ଗାଶଙ୍କର ସାହୁ ପ୍ରମୁଖ ଆଗାମୀ ଦିନରେ କଂଗ୍ରେସ କାର୍ଯ୍ୟକ୍ରମକୁ ସମସ୍ତ ଭେଦଭାବ ଭୁଲି ଏକମନ ପ୍ରାଣରେ ନିଷ୍ଠାର ସହ ସଫଳ କରିବାପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।
