ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ : କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ ଜାରି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତକୁ ନା କରି ରାଜ୍ୟର କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ  ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଆୟୁଷ୍ମାନ ଯୋଜନାରେ ରାଜ୍ୟର ହିତାଧିକାରୀ  ଅଧିକ ଲାଭ ପାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ  ଜେପି ନଡ୍ଡା ବାଲେଶ୍ବରରେ ଯୁକ୍ତି ବାଢିବାପରେ ଜବାବ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ । କହିଛନ୍ତି କେନ୍ଦ୍ର ଯୋଜନାର ରୁପରେଖ କରିନାହିଁ । ଲାଭ ମିଳିବ କେମିତି ।  ସେପଟେ ବିଜେପି ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନ ଉଠାଇଛି ।

ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ । କେଉଁ ଯୋଜନା ଅଧିକ ଫଳପ୍ରଦ ହେବ  । କେନ୍ଦ୍ର ନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରୁ ଅଧିକ ଫାଇଦା ପାଇବେ ରାଜ୍ୟର ହିତାଧିକାରୀ । ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ଭିତରେ ଚାଲିଛି ଟଣା ଓଟରା । କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ମନା କରି ନିଜସ୍ବ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଉ ଏତିକିବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଜେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । କେନ୍ଦ୍ର ସରକାରଙ୍କ ଯୋଜନାରେ ଓଡିଶାର ହିତାଧୀକାରୀ ଅଧିକ ଲାଭ ପାଇଥାନ୍ତେ ବୋଲି କହିଛନ୍ତି । ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଉକ୍ତିକୁ ଗ୍ରହଣ କରି ନାହାନ୍ତି ରାଜ୍ୟ ସ୍ବାସ୍ଥ ମନ୍ତ୍ରୀ । କେନ୍ଦ୍ର ସରକାର ଯୋଜନାର ରୂପରେଖ କରି ନାହାନ୍ତି । କେନ୍ଦ୍ର ସରକାର କେବଳ ସରକାରୀ ଡାକ୍ତର ଖାନାରେ ଚିକିତ୍ସା  ବ୍ୟବସ୍ଥା କରିଥିବାବେଳେ ରାଜ୍ୟ ସରକାର ୨୨୦ଟି ଘରୋଇ ଡାକ୍ତର ଖାନାକୁ ଏଥିରେ ଯୋଡିଛନ୍ତି । ଏହି ଯୋଜନା ଅଧିକ ଫଳପ୍ରଦ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଯୁକ୍ତି

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାର ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପ୍ରଥମେ ୭୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ବିଜ୍ଞାପନ ଦେଇଥିବା ରାଜ୍ୟ ସରକାର ଏବେ ସାଢେ ଚାରିକୋଟି ଓଡିଆ ଯୋଜନାର ଲାଭ ପାଇବେ ବୋଲି କହିଲେଣି । ତେଣୁ କେଉଁଟା ଠିକ ତାର ଜବାବ ମାଗିଛି ବିଜେପି । ଏବେ ରାଜ୍ୟର ସ୍ବାସ୍ଥ୍ୟ ଅବସ୍ଥାର ସ୍ଥିତି ଯାହା ହିତାଧିକାରୀ କିପରି ଲାଭ ପାଇବେ ବୋଲି ବିଜେପି ପ୍ରଶ୍ନ କରିଛି

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ  କଥା କହୁଛନ୍ତି । ତେବେ ଏହାକୁ ନେଇ କିଏ ରାଜନୈତିକ ରୁଟି ସେକିବାକୁ ଚାହୁଁଛି ତାହା ହିଁ ବଡ ପ୍ରଶ୍ନ

Leave A Reply

Your email address will not be published.