ମୋବାଇଲ ପାଇଁ, ସ୍କୁଲ ଛାତ୍ରଙ୍କୁ ଛୁରାମାଡ

ଯୋଡା : ସ୍କୁଲ ଛାତ୍ରଙ୍କୁ ଛୁରାମାଡ । ଯୋଡା ବସଷ୍ଟାଣ୍ଡ ନିକଟରେ ଛାତ୍ରଙ୍କୁ ଛୁରାମାଡ କରିଛି ଜଣେ ଯୁବକ । ମୋବାଇଲ ପାଇଁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ବଡବିଲ ସେଣ୍ଟ ମେରି ସ୍କୁଲର ଏକାଦଶ ଶ୍ରେଣୀର ଓସ୍ ନନ୍ଦା । ତାଙ୍କୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ପାଇଁ  ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ଯୁବକ ଛାତ୍ରଙ୍କୁ ମୋବାଇଲ ମାଗି କଥା ହୋଇଥିଲେ । ଏହାପରେ ମୋବାଇଲ୍ ନେବାକୁ ଚେଷ୍ଟା କରିବା ବେଳେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା । ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ଛାତ୍ରଙ୍କ ପିଠି ଓ କାନରେ ଆଘାତ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ଯୋଡା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.