ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଲେ ମାଓବାଦୀ । ଏବେ ଲାଲ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ପଞ୍ଚମ ଦିନରେ ସ୍ଥିତି ଜାହିର କରିଛନ୍ତି । ମାଥିଲି ଥାନା ମହୁପଦର ଗାଁରେ ଘରୋଇ ବସ ପୋଡିଦେଲେ । ଦରଭା ନକ୍ସଲ ଡିଭିଜନ ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ୪୦ରୁ ୫୦ ମାଓବାଦୀ ସେଠାରେ ପହଞ୍ଚି ବସ କର୍ମଚାରୀଙ୍କୁ ମାଡ଼ ମରିବା ପରେ ବସରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ଏହି ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଜୋରସୋର କରାଯାଇଛି ।
