କେନ୍ଦ୍ରପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ !

ଭୁବନେଶ୍ବର  : କେନ୍ଦ୍ରପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ । ବିଜେପି କଟକ ନେତା  ବୈଜୟନ୍ତଙ୍କୁ ଏଭଳି ପ୍ରସ୍ତାବ ରାଜନୀତିର ନାନାଦି ଚର୍ଚ୍ଚା। ସମୀର ଦେଙ୍କ ଘରେ ବୈଜୟନ୍ତ ମେଳିକୁ ନେଇ ବିଜଡି ରିଆକ୍ଟ ତ ହେଇଛି, କିନ୍ତୁ କହିଛି ବୈଜୟନ୍ତ କଟକରୁ ୫୦ ହଜାର ଭୋଟ ବି ପାଇବେନି।

କେନ୍ଦ୍ରାପଡାରୁ ନୁହେଁ କଟକରୁ ଲଢ଼ିବେ ବୈଜୟନ୍ତ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଟକର ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ଘରେ ଟି ପାର୍ଟି କରିବା ପରେ ଏମିତି ଚର୍ଚ୍ଚା ଉଡୁଛି। ବୈଜୟନ୍ତ କଟକ ଲୋକସଭା ଆସନରୁ ଲଢ଼ିବେ ଓ ବିଜେପି ଟିକେଟରେ । ତେବେ ପ୍ରଶ୍ନ ଉଠୁଛି ବୈଜୟନ୍ତ କେନ୍ଦ୍ରାପଡ଼ାର ବହୁ ବିକାଶ କରୁଥିବା ବିଭିନ୍ନ ଫୋରମରେ ଦାବି କରି ଆସିଛନ୍ତି । ଏବେ ସେହି କେନ୍ଦ୍ରାପଡ଼ା ଉପରେ କାହିଁକି ଭରସା କରୁନାହାନ୍ତି । ଏହାର ନାନା କାରଣ ମଧ୍ୟରୁ ଗୋଟିଏ କେନ୍ଦ୍ରାପଡ଼ାର ଇତିହାସ ସବୁବେଳେ ଆଣ୍ଟି କଂଗ୍ରେସ ଏବଂ ଆଣ୍ଟି ବିଜେପି । ଏଠି ଦଳ ହିଁ ବିଜୟ ନିର୍ଦ୍ଧାରଣ କରିଛି, ବ୍ୟକ୍ତି ନୁହେଁ। ଯାହାକୁ ବୈଜୟନ୍ତ କଳିସାରିଛନ୍ତି ନିଶ୍ଚୟ। ତା ଛଡା କଟକରେ ବିଜେପି ତାର ମାଟି ମଜଭୁତ କରୁଥିବା ବେଳେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନରେ ଏବେବି ଦୁବିଧାରେ ରହିଛି। ତେଣୁ କଟକରେ ଭତୃହରିଙ୍କୁ ଟକ୍କର ଦେବା ଲାଗି  ବୈଜୟନ୍ତଙ୍କୁ ପ୍ରାର୍ଥୀ କରିପାରେ ବିଜେପି। ସେହିପରି ବାରଙ୍ଗ ହେଉଛି ବୈଜୟନ୍ତଙ୍କ ଗାଁ । ନିଜ ମାଟିରୁ ଲଢ଼ିବାକୁ ତାଙ୍କୁ ମିଳିପାରେ ସମର୍ଥନ ।  ଏପଟେ ବିଜେଡି କହିଛି କଟକ ହେଉଛି ବିଜେଡିର ଗଡ ତେଣୁ ବୈଜୟନ୍ତ କଟକରୁ ନିର୍ବାଚନ ଲଢ଼ିଲେ ୫୦ହଜାର ଭୋଟ ବି ପାଇବେନି।

ବିଜେଡି କହୁଛି ବୈଜୟନ୍ତଙ୍କୁ ନେଇ ଜମା ଚିନ୍ତିତ ନୁହେଁ। ତଥାପି ପ୍ରତିକ୍ରିୟା ଦେଇଛି ଯେ ଯାହା ଆଗରୁ ଚର୍ଚ୍ଚା ହେଉଥିଲା ତାହା ଏବେ ବୈଜୟନ୍ତ ପ୍ରମାଣ ଦେଇଛନ୍ତି । ଏପଟେ ବିଜେପି କହିଛି ବିଜେପି କେନ୍ଦ୍ରୀୟ ନେତାଙ୍କ ଠାରୁ ରାଜ୍ୟନେତାଙ୍କ  ପ୍ରର୍ଯ୍ୟନ୍ତ  ବୈଜୟନ୍ତଙ୍କ ସମ୍ପର୍କ  ଅତି ନିବିଡ ତେଣୁ ସେ ବିଜେପିକୁ ଆସି​‌ଲେ କିଛି ଅସୁବିଧା ନାହି ।

ମିଶ୍ରଣ ପର୍ବକୁ ଅପେକ୍ଷା।  ବୈଜୟନ୍ତ ଆସନ୍ତା ୧ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତି ଗେରୁଆ ଟୋପି ପିନ୍ଧିବା ସମ୍ଭାବନା ରହିଛି। ତଥାପି ରାଜନୀତିର ପବନ ବୁଲିଯିବା ଅସମ୍ଭବନ ନୁହେଁ।

Leave A Reply

Your email address will not be published.