ଧରାହେଲେ ସୁନା ତସ୍କର,ଭୁବନେଶ୍ବର ଏୟାରପେ।ର୍ଟରୁ କେଜିଏ ସୁନା ଜବତ

ଭୁବନେଶ୍ବର :  ଭୁବନେଶ୍ବର ଏୟାରପେ।ର୍ଟରୁ ପୁଣି ସୁନା ଜବତ । ୧ କେଜି ଓଜର ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ଲକ୍ଷ ୫୪ ହଜାର ୯୨୦ଟଙ୍କା  । ଏୟାର ଇଣ୍ଡିଆ ଏ-୧ ୩୩୯ ଏବଂ AI077  ବିମାନରେ ସୁନା ଆସିଥିବା ଜଣାପଡିଛି । ବ୍ୟାଙ୍କକ ଏବଂ ଦୁବାଇରୁ ଆସୁଥିବା ୨ ଯାତ୍ରୀଙ୍କ ଠାରୁ ଜବତ ହେ।ଇଛି ସୁନା । ୨ ଯାତ୍ରୀଙ୍କ ମଧ୍ୟରେ ଜଣେ ଦିଲ୍ଲୀ ଏବଂ ଜଣେ ଜଗତସିଂପୁର ଅଞ୍ଚଳର  ବେ।ଲି ଜଣାପଡିଛି। ଗତ ୨୧ତାରିଖରେ ମଧ୍ୟ ଭୁବନେଶ୍ବର  ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୯୫ ଗ୍ରାମର ସୁନା ଜବତ ହେ।ଇଥିଲା । ଯାହାର ଦାମ୍ ୯ ଲକ୍ଷ ଟଙ୍କା ହେବ। ଦିଲ୍ଲୀର ଜଣେ ବ୍ୟକ୍ତି ଏୟାର ଇଣ୍ଡିଆର A1-339 ବିମାନରେ ଚୋରା ସୁନା ଧରି ଆସୁଥିବା ବେଳେ ଧରାପଡଥିଲେ । ବ୍ୟାଙ୍କଙ୍କରୁ ଭୁବନେଶ୍ବର ଆସୁଥିଲା ସୁନା ।

Leave A Reply

Your email address will not be published.