୧୧୭୨ ସ୍କୁଲର ଲକ୍ଷେ ୧୫ ହଜାର ଛାତ୍ର ଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ


ସବୁ ଓଡିଆ ମାଟି ମାକୁ ଭଲ ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ ହେଉଛି ସବୁ ଓଡ଼ିଆଙ୍କ ପ୍ରିୟ ସଙ୍ଗୀତ। ଏହା କେବଳ ଏକ ସଙ୍ଗୀତ ନୁହେଁ, ୪ କୋଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ। ଏଥିରେ ଉତ୍କଳ ମାତାଙ୍କ ପ୍ରତି ଭକ୍ତି ଓ ଉତ୍କଳର ବିକାଶ ପାଇଁ ଶକ୍ତି ଭରି ରହିଛି। ସବୁ ଓଡ଼ିଆ ମାଟି ମା’ଙ୍କୁ ଭଲପାଇବା ସହିତ ମା’ର ଗୌରବ ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ହୋଇ କାର‌୍ୟ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବନ୍ଦେ ଉତ୍କଳ ଜନନୀ କାର‌୍ୟ୍ୟ କ୍ରମ । ଏହି କାର‌୍ୟ୍ୟଟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉତ୍କଳ ଜନନୀ ପୂଜନ ସଙ୍କଳ୍ପ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଛାତ୍ର ଓ ଯୁବ ସମାଜ ସମର୍ପିତ ଭାବ ରଖି ଉତ୍କଳ ଜନନୀ ପାଇଁ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସ୍ବତନ୍ତ୍ର ଲଫାପା ଓ ଡାକ ଟିକଟକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି।
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ତଥା ରାଜ୍ୟ ସାଧାରଣ ସମ୍ପାଦକ ଡ. କରୁଣାକର ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର, ଏମ୍‌ପି ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତଙ୍କ ନେତୃତ୍ୱରେ ଓଡ଼ିଶାର ୧୧୭୨ଟି ସ୍କୁଲର ଲକ୍ଷାଧିକ ଛାତ୍ରଛାତ୍ରୀ ଗୁରୁମା, ଗୁରୁଜୀ ଓ ଅଭିଭାବକ ଏକତ୍ର ହୋଇ ସାମୁହିକ ଭାବରେ ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’, ପରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ୍‌ତୋ’ ଗାନ କରିଥିଲେ। ସମାରୋହରେ ଓଡ଼ିଶାର ପାରମ୍ପରିକ ଲୋକକଳା ତଥା ସଙ୍କୀର୍ତ୍ତନ, ଯୋଡ଼ିଶଙ୍ଖ, ଘୁମୁରା, ଦାସକାଠିଆ, ନାଗା ନୃତ୍ୟ, ପାଇକ ନୃତ୍ୟ, ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ଆଦି ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.