ବିକାଶ ଅର୍ଥ ଖର୍ଚ୍ଚ ହୋଇ ପାରୁନି, ଶୋଇଛନ୍ତି ସରକାର : ମୋଦି

ବଲାଙ୍ଗିର : ମୋଦିଙ୍କ ଫୋକସରେ ଓଡିଶା। ବଲାଙ୍ଗିର ପଥରଚେପାରେ ଉଦବୋଧନ ଦେଇ ପୁଣି ବିକାଶର କଥା ଦୋହରାଇଛନ୍ତି ମୋଦି। ଗୋଟିଏ ମାସ ଭିତରେ ଓଡିଶାରେ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାମର ଆରମ୍ଭ ହୋଇଛି ବୋଲି ମୋଦି କହିଛନ୍ତି। ନବ ଓଡିଶାର ନିର୍ମାଣରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ରାଜ୍ୟସରକାର ଟଙ୍କା ଖର୍ଚ୍ଚ କରିପାରୁନାହାଁନ୍ତି। ବିଭିନ୍ନ ପାଣ୍ଠିରେ  ଟଙ୍କା ପଡିରହିଛି ବୋଲି ମୋଦି କହିଛନ୍ତି। ଖଣିଜ ଖନନ ପାଇଁ ଓଡିଶାକୁ ୪ ହଜାର କୋଟି ଟଙ୍କାର ଖଣିଜ ପାଣ୍ଠି ଦିଆଯାଇଛି। ହେଲେ ଏହି ଅର୍ଥ ବିନିଯୋଗ ହୋଇପାରୁନି। ବର୍ଷ ବର୍ଷ ଧର ଏଠାରେ ଶାସନ କରୁଥିବା ରାଜ୍ୟସରକାର କଣ ଶୋଇଛନ୍ତି ବୋଲି ତେରଛା ବାଣ ମାରିଛନ୍ତି ମୋଦି। ଜନତାଙ୍କୁ ଉଦବୋଧନ ଦେଇ ମୋଦି ବିକାଶର ପାଞ୍ଚଟି ଧାରା ବିଷୟରେ କହିଛନ୍ତି।  ତାଙ୍କ ସରକାର ଶିଶୁଙ୍କୁ ଶିକ୍ଷା,ଯୁବକଙ୍କୁ ରୋଜଗାର,ବୃଦ୍ଧଙ୍କୁ ଔଷଧ,କୃଷକଙ୍କୁ ଜଳସେଚନ ଓ ସମସ୍ତଙ୍କର ବିକାଶ କରୁଛି ବୋଲି ମୋଦି କହିଛନ୍ତି। ଗରିବଙ୍କୁ ଲୁଟ୍ କରୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି

Leave A Reply

Your email address will not be published.