ଆଜିଠୁ ଭୁବନେଶ୍ୱରରୁ ବାରଣାସୀକୁ ଉଡିଲା ବିମାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ସିଧାସଳଖ ବାରଣାସୀକୁ ଉଡିଲା ବିମାନ । ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା ୦୫ରେ ବାରଣାସୀରେ ପହଁଚିଛି। ସେହିପରି ୨ଟା ୩୦ରେ ବାରଣାସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ଵରରେ ପହଁଚିବ। ମାତ୍ର ୩ହଜାର ୪୭୦ ଟଙ୍କାରେ ଯାତ୍ରୀ ଏହି ବିମାନ ଯାତ୍ରା ସୁବିଧା ପାଇପାରିବେ ।

Leave A Reply

Your email address will not be published.