ଫୁଲବାଣୀ: ଓଡ଼ିଶାରେ କୋରୋନା ଭାଇରସ୍ ସଂକ୍ରମଣର ସନ୍ଦେହ । ଫୁଲବାଣୀର ଜଣେ ଛାତ୍ର କୋରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣଙ୍କ ୧୦ଦିନ ତଳେ ଚୀନରୁ ଘରକୁ ଫେରିଥିଲେ । ଏହାପରଠାରୁ ତାଙ୍କୁ ଥଣ୍ଡା, କାଶ ହୋଇଥିଲା । ଏହାପରେ ତାଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଚିଠି ଲେଖାଇ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଜଣାଇଥିଲେ । ପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ କନ୍ଧମାଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଫୁଲବାଣୀର ଉକ୍ତ ଡାକ୍ତରୀ ଛାତ୍ରଜଣକ ଚୀନରେ ଏବିବିଏସ୍ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ। ତେବେ ଘରକୁ ଫେରିବା ଦିନଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନ ଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ । ସୂଚନା ଅନୁଯାୟୀ ଏଯାବତ୍ ଉକ୍ତ କରୋନା ସନ୍ଦିଗ୍ଧ କଟକର ଏସସିବିରେ ପହଂଚି ନାହାନ୍ତି।
