କରଞ୍ଜିଆ : ୪ଘଣ୍ଟା ଧରି ଚାଲିଥିଲା ଝଡାଫୁଙ୍କା । ଗୁଣିଆ ଭରସା ଦେଇଥିଲେ ମଲା ଲୋକ ପୁଣି ଆଖି ଖୋଲିବେ । କରଞ୍ଜିଆ ମେଡିକାଲର ଶବ ବ୍ୟବଚ୍ଛେଦ ଘର ଆଗରେ ଚାଲିଥିଲା ଏପରି ଦୃଶ୍ୟ । ଠାକୁରମୁଣ୍ଡା ସେଲେଇବେଡା ଗାଁର ଦିଲ୍ଲାପ ମହାନ୍ତଙ୍କୁ ଆଜି ଭୋର ୪ଟାରେ ସାପ କାମୁଡି ଦେଇଥିଲା । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ । ଦିନ ୧୧ଟାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ପରିବାର ଲୋକଙ୍କ ମନ ବୁଝିନଥିଲା । ଗୁଣିଆ ଡାକିଥିଲେ । ମୃତ ଦେହ ପୋଷ୍ଟମର୍ଟମ ଘରକୁ ନିଆ ଯାଉଥିବା ବେଳେ ଘର ଆଗରେ ଶବ ରଖି ଗୁଣିଆ ଆରମ୍ଭ କରିଦେଇଥିଲେ ଝଡାଫୁଙ୍କା । ଘଣ୍ଟା ଘଣ୍ଟା ଧରି ଝଡାଫୁଙ୍କା ଚାଲିଥିଲା । ସମସ୍ତେ ଅପେକ୍ଷା କରିଥିଲେ କାଳେ ମୃତକ ପୁଣି ବଞ୍ଚି ଉଠିବେ । ହେଲେ ସେମିତି କିଛି ହେଲାନି । ପରିବାର ଲୋକ ନିରାଶ ହୋଇ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ
ଅନ୍ଧବିଶ୍ବାସର ଅଜବ ଚିତ୍ର
ମଲା ଲୋକ ବଞ୍ଚାଇବାକୁ ଝଡାଫୁଙ୍କା
କରଞ୍ଜିଆ ମେଡିକାଲ ପରିସରରେ ଅଭାବନୀୟ
୪ଘଣ୍ଟା ଧରି ଝଡାଫୁଙ୍କା କରିଥିଲେ ଗୁଣିଆ
ଶେଷରେ ନିରାଶ ହେଲେ ପରିବାର ଲୋକ
