ଆଦିବାସି ଅଞ୍ଚଳରେ ଆବେଦନ କଲେନି କଲେଜ ପଢୁଆ,ଅପାଠୁଆ ହେବେ ବିଜୁ ବାହିନି ସଦସ୍ୟ !

ଭୁବନେଶ୍ବର :  କିଛି ହଜାର ଟଙ୍କା ପାଇଂ ବ୍ରାଣ୍ଡି ହେବାକୁ ଆଗ୍ରହି ନୁହଁନ୍ତି କଲେଜ ପଢୁଆ ଟୋକା । ବିଜୁ ଯୁବ ବାହିନୀ ଖାତାରେ ନାଁ ଚଢାଇବାକୁ ଅମଙ୍ଗ କଲେଜ ଛାତ୍ତଛାତ୍ରୀ । ଆଦିବାସୀ ଜିଲ୍ଲାର ଅନେକ ବ୍ଲକରେ ମେଟ୍ରିକ ପାସ ପିଲା ଏହି ଯୋଜନାରେ ପଦପଦବୀରେ ରହିବାକୁ ଆବେଦନ କରିନାହାଁନ୍ତି । ସେଥିପାଇଁ ଏହାକୁ ପରିବର୍ତନ କରି ଅଣ୍ଡର ମାଟ୍ରିକ୍ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୈତିକ ବିବାଦ ।

ବିଜୁ ଯୁବ ବାହିନି ପାଇଁ ଆଗ୍ରହୀ ନୁହଁନ୍ତି କଲେଜ ପଢୁଆ ପୁଅ ଝିଅ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଯୋଜନା ପ୍ରତି ଯେମିତି ଅନାଗ୍ରହି । ବିଜୁ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ବେଳେ ଆଦିବାସୀ ଜିଲ୍ଲାର ଅନେକ ବ୍ଲକରେ ଜଣେ କେହି ବି ମେଟ୍ରିକ୍ ପାସ ପିଲା ଏସବୁ ପଦବୀ ପାଇଁ ଆବେଦନ କରିଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ସରକାର ଏବେ ଟ୍ରାଇବାଲ ସବ-ପ୍ଲାନ ଏରିଆରେ ଥିବା ୧୩ ଜିଲ୍ଲାର ୧୧୯ ବ୍ଲକରେ ଏସବୁ ପଦବୀ ପାଇଂ ଶିକ୍ଷାଗତ ଯୋଗ୍ୟତାକୁ ମେଟ୍ରିକ ପାସ୍.ରୁ ଦଶମ ଫେଲ୍ କରିଦେଇଛନ୍ତି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଚିଠି ଲେଖିଛି । ଯାହାକି ବିରୋଧିଙ୍କୁ ମୌକା ଦେଇଛି ସରକାରଙ୍କୁ ପୁଣିଥରେ କାଠଗଡାରେ ଠିଆ କରିବାକୁ । ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ନାଁରେ ସରକାର ଭୋଟ ହାତେଇବାକୁ ଯେଉଁ ଯୋଜନା କରିଥିଲେ ତାକୁ କଲେଜ ପଢୁଆ ପିଲା ପ୍ରତ୍ୟାଖାନ କରିଛନ୍ତି ବୋଲି ବିରୋଧି କଂଗ୍ରେସ ଓ ବିଜେପି ଅଭିଯୋଗ ଆଣିଛନ୍ତି ।

ରାଜ୍ୟର ସବୁ ପଞ୍ଚାୟତ ଓ ମୁନିସପାଲିଟରେ ବିଜୁ ଯୁବ ବାହିନି ଗଢିବାକୁ ସରକାର କିଛିଦିନ ତଳେ ଘୋଷଣା କରିଥିଲେ । ପ୍ରତି ଯୁବ ବାହିନୀକୁ ବର୍ଷକୁ ଦେଢ ଲକ୍ଷ କରି ଟଙ୍କା ଦେବାକୁ ଘୋଷମା କରାଯାଇଥିଲା । ୧୫ ରୁ ୩୫ ବର୍ଷ ଭିତରେ ଯୁବକ ଯୁବତୀଙ୍କୁ ଏହି ଯୋଜନାରେ ସାମିଲ କରୁଥିଲେ ସରକାର । କିନ୍ତୁ ଆଦିବାସୀ ବହୁଳ ବହୁ ବ୍ଲକରେ କେହି ବି ମେଟ୍ରିକ୍ ପାସ୍ ପିଲା ଏତିପାଇଂ ଆବେଦନ କଲେ ନାହିଁ । ଯୁବକ-ଯୁବତୀଙ୍କ ଭିତରେ ସ୍ବେଛାସେବୀ ମନୋଭାବ ଓ ନେତୃତ୍ବ ଜାଗରଣ କରିବାକୁ ଏଭଳି ଏକ ଯୋଜନା ହୋଇଛି ବୋଲି ସରକାର କହିଥିଲେ । ଯାହାକୁ ନେଇ ସେତେବେଳେ ହୋ-ହଲ୍ଲା  ହୋଇଥିଲା । ସରକାରୀ ଅର୍ଥରେ ନିର୍ବାଚନ ପାଇଂ ଏହା ପ୍ରସ୍ତୁତି ବୋଲି କହିଥିଲେ ବିରୋଧି । ବିଜେଡିର ଯୁକ୍ତି ଏହା ସରକାରୀ କାର୍ଯ୍ୟକ୍ରମ, ଦଳର ନୁହେଁ । କିଛି ସ୍ଥାନରେ ଏଥିପାଇଁ କଲେଜ ପଢୁଆ ପିଲା ଆଗ୍ରହୀ ନଥାଇ ପାରନ୍ତି, କିନ୍ତୁ ଏହା ଏକ ଭଲ ଯୋଜନା । ଏହି ଯୋଜନାରେ ସରକାର ୩ ବର୍ଷରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ।

Leave A Reply

Your email address will not be published.