ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ସେପଟେ ଚାବି ହଜିବା ଘଟଣାରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାସତ ହୋଇଥିଲେ ସାଙ୍ଘାତିକ କହିବା ସହ ରାଜ୍ୟ ସରକାରଙ୍କର ତଦନ୍ତ ଲାଗି କମିଶନ ଘୋଷଣାକୁ ଆଖିରେ ଧୁଳି ଦେବା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହା ସହ ୨୦୧୫ ନବକଳେବର ସମୟରୁ ଶ୍ରୀମନ୍ଦିରରେ ଦେଖାଯାଇଥିବା ଅବ୍ୟବ୍ୟବସ୍ଥା କଥା ପୁଣି ଥରେ ଦୋହରାଇଛନ୍ତି । ବ୍ରହ୍ମ ବିଭ୍ରାଟ ଘଟଣାରେ ତଦନ୍ତ କମିଶନ ଭଳି ଏହି କମିଶନ ହେବନି ତ ବୋଲି ପ୍ରଶ୍ନ କରିବା ସହ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ଦରକାର ଓ ଏହି ଦାୟୁତ୍ବରେ ଥିବା ବନ୍ଦିମାନେ ଏଥିପାଇଁ ଉତ୍ତର ଦାୟୀ ହେବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, “ଏକଥା ସତ ହୋଇଥିଲେ ସାଙ୍ଘାତିକ । ରତ୍ନଭଣ୍ଡାର ଚାବି କାରବାରକୁ ନେଇ ଯେଉଁ ଭଳିଆ ଭାବେ ସନ୍ଦେହ ତିଆରି ହୋଇଛି । କମିଶନ ତା’ର ଉତ୍ତର ନୁହେଁ । ବ୍ରହ୍ମ ବିଭ୍ରାଟବେଳେ ବି କମିଶନ ବସାଯାଇଥିଲା ଓ ନବେକଳେବରର ଅବ୍ୟସ୍ଥା ନେଇ ବି କମିଶନ ବସିଥିଲା । କମିଶନ ଆଖିରେ ଧୂଳି ପକାଇଲା ଭଳି ବ୍ୟବସ୍ଥା ନହେଉ । ଅପରାଗତା ଓ ଅବ୍ୟବସ୍ଥା ଉତ୍ତର ନ୍ୟାୟାଧୀସଙ୍କ ନେତୃତ୍ୱରେ କମିଶନ ବସାଇଦେଲେ ସମସ୍ୟାର ସମାଧାନ ନୁହେଁ । ଲୋକଙ୍କ ମନରେ ସନ୍ଦେହ ଆସିଛି । ସବୁ ଓଡ଼ିଆ ଲୋକ ତା’ର ହେତୁ ହେବା ପରେ ଜାଣେ ରତ୍ନଭଣ୍ଡାରରେ କ’ଣ କ’ଣ ଅଛି । ଏହା କେବଳ ଯାଞ୍ଚର ବିଷୟ ନୁହେଁ । ମୁଖ୍ୟମନ୍ତ୍ରୀ ଏଯାଏଁ ପାଟି ଖୋଲି ନାହାନ୍ତି । ଛୋଟମୋଟ କଥାରେ ଆଇନ ତା’ ବାଟରେ ଯିବ କହି ଲୋକଙ୍କ ପାଖରେ ପହଞ୍ଚୁଥିବା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏଘଟଣାରେ ପାଖାପାଖି ୨ମାସ ହେବ ଥରୁଟିଏ ବି ପାଟି ଖୋଲି ନାହାନ୍ତି । ଏଣୁ ତଦନ୍ତ ଧୂଳି ପକାଇବାର ବ୍ୟବସ୍ଥା କରାନଯାଉ । ଜଗନ୍ନାଥ ପ୍ରେମୀ ଓ ସାଢ଼େ ୪କୋଟି ଓଡ଼ିଆ ଲୋକ ଏହା ପାଇଁ ଦାୟିତ୍ୱରେ ଥିବା ବନ୍ଧୁମାନଙ୍କଠାରୁ ଆହୁରି ପାରଦର୍ଶିତା ଅପେକ୍ଷା କରିଛନ୍ତି ।”
କେନ୍ଦ୍ରମନ୍ତ୍ରୀ ଟାର୍ଗେଟର ଜବାବରେ ରଖିଛନ୍ତି ନିଜେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ,କେନ୍ଦ୍ରମନ୍ତ୍ରୀଙ୍କ ବିଚାର ବିଭାଗ ଉପରେ ଭରସା ରହିବା ଦରକାର ।
