ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ଓ ବିଜେଡି ଭିତରେ ଟାକ୍ଟିକାଲ ବୁଝାମଣା ହୋଇଛି , ସୌମ୍ୟ ସେତୁ – କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ବର : କଣ୍ଣାଟକ ନିର୍ବାଚନର ଇଫେକ୍ଟକୁ ନେଇ ଯୋର ଧରିଛି ରାଜ୍ୟ ରାଜନୀତି । ଓଡିଶାରେ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ବିଜେଡି- କଂଗ୍ରେସ ଭିତରେ ଭିତିରି ବୁଝାମଣା ହୋଇଛି । ଏମିତି ଆରୋପ ଆଣିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ରାଜ୍ୟରେ କଂଗ୍ରେସ – ବିଜେଡିର ଦୁଇ ପଟ୍ଟନାୟକ ବଦର୍ସଙ୍କ ଭିତରେ ବୁଝାମଣା ରହିଛି । ଆଉ ଆଉ ଜଣେ ପଟ୍ଟନାୟକ ଏଥିରେ ସେତୁ ସାଜିଛନ୍ତି । ସେପଟେ ବିଜେଡି କହିଛି କଣ୍ଣାଟକ ଛଟକାରେ ବିଜେପି ଡରି ନିର୍ବାଚନ ଆଗରୁ ଏପରି କହିଛି । ସେପଟେ କଂଗ୍ରେସ କହିଛି ବିଜେପି ଭୟଭିତ ହୋଇ ଏପରି ଆରୋପ ଆଣିଛି । କଂଗ୍ରେସ- ବିଜେଡି ଭିତରେ କିଛି ସଂପର୍କ ନାହିଁ କି ହେବାର ସମ୍ଭାବନା ହେବନି ବୋଲି କହିଛି  କଂଗ୍ରେସ ।

ଓଡିଶାରେ କଣ୍ଣାଟକ ନିର୍ବାଚନର ସାଇଡ ଇଫେକ୍ଟ । ରାଜ୍ୟ ରାଜନିତୀରେ ଅଣ ବିଜେପି ମେଣ୍ଟକୁ ନେଇ ଆଶଙ୍କାରେ ବିଜେପି । ପିପିପି ମୋର୍ଡରେ ହେବ ୨୦୧୯ ସରକାର । ଏଥିପାଇଁ ପଟ୍ଟନାୟକ ବଦର୍ସଙ୍କ ଭିତରେ ବୁଝାମଣା ହୋଇଛି । ଆଉ ଜଣେ ପଟ୍ଟନାୟକ ଏହାର ମଧ୍ୟସ୍ଥି ଅଛନ୍ତି । ଏମିତି ଆରୋପ ଆଣି ରାଜ୍ୟରେ ୨୦୧୯ରେ କଂଗ୍ରେସ- ବିଜେଡି ଭିତରେ ମେଣ୍ଟ ହେବାର ଆଶଙଅକା କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଆରୋପ ଆଣି କହିଛନ୍ତି ରାଜ୍ୟରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ଓ ବିଜେଡି ଭିତରେ ଟାକ୍ଟିକାଲ ବୁଝାମଣା ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭିତରେ ବୁଜାମଣା ହୋଇଛି । ଏଥିରେ ନିରଞ୍ଜନଙ୍କ ଭାଇ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ ସେତୁ ଭଳି କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୁଏଲ । କଣ୍ଣାଟକ ନିର୍ବାଚନ ପରେ ବିଜେଡି ଓ କଂଗ୍ରେସର ପତିକ୍ରିୟା ଏଭଳି ମେଣ୍ଟ ଆଶଙ୍କାକୁ ବଢାଇଛି ବୋଲି ଜୁଏଲ କହିଛନ୍ତି ।

କଂଗ୍ରେସ ଓ ବିଜେଡି ମେଣ୍ଟ ଆଶଙ୍କା ପଛରେ ଜୁଏଲ କେତେକ ଯୁକ୍ତି ବାଢିଛନ୍ତି ।୨୦୦୯ରେ ବିଜେଡି ଠାରୁ ବିଜେପି ସମର୍ଥନ ଫେରାଇବା ପରେ କଂଗ୍ରେସ ହିଁ ବିଜେଡି ସରକାରଙ୍କୁ କ୍ଷମତାରେ ରହି ନିର୍ବାଚ ଲଢିବାକୁ ସୁଯୋଗ ଦେଇଥିଲା । ସେହିପରି ବିଜେପୁର ଉପନିର୍ବାଚରେ ବିଜେଡିର ପରିଶ୍ରମ ଠାରୁ କଂଗ୍ରେସର ବିଜେଡିକୁ ଅଧିକ ସମର୍ଥନ ଜିତିବାରେ ସାହାଯ୍ୟ କଲା । ଏହା ସହ ଉଭୟ ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ଥିବାରୁ ବିଜେପିକୁ ଶାସନରୁ ଦୂରେଇ ରଖିବାକୁ ଲିଖିତ ନହେଲେ ବି ଉଭୟ ଭିତିରି ବୁଝାମଣା କରିଛନ୍ତି ।ହେଲେ ବିଜେପି ଏକାକି ଲଢିବ ବୋଲି କହିଛନ୍ତି ଜୁଏଲ । ସେପଟେ ଜୁଏଲଙ୍କ ଆରୋପ ଉପରେ ରିଆକ୍ଟ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କଣ୍ଣାଟକ ଝଟକ୍କା ଲାଗିବା ପରେ ବିଜେପି ଭୟଭିତ ହୋଇ ପଡିଛି । ତେଣଉ ଫଳା ଫଳ ହେବା ଆଗରୁ ଏମିତି ଆରୋପ ଆଣୁଛି । ବିଜେଡି ଏବେବି କଂଗ୍ରେସ ଓ ବିଜେପିଠୁ ସମଦୂରତା ରଖିଆସିଛି । ସେପଟେ ବିଜେପି କାହିଁକି ଭୟଭିତ ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ କହିଛି ବିଜେପି ହିଁ ବିଜେଡି ସହ ୯ ବର୍ଷ କ୍ଷମତାରେ ଥିଲା ।ଏମିତିବି କଣ୍ଣାଟକ ଶପଥ ଗ୍ରହଣ ଉତ୍ସବକୁ ସବୁ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଯାଉଛନ୍ତି ହେଲେ ନବୀନ ନଯିବା ପ୍ରମାଣ କରୁଛି ଯେ କିଏ କାହା ସହ ଅଛି । ହେଲେ କଂଗ୍ରେସ ନା ବିଜେଡି ସହ ଅଛି ନା ରହିବାର ସମ୍ଭାବନା ଅଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବିଜେଡି ସମଦୂରତା କଥା କହୁଛି । ହେଲେ ଉଭୟ ବିରୋଧୀ କିନ୍ତୁ ଏକଥା ଗ୍ରହଣ କରିବା ମୁଡରେ ନାହାନ୍ତି । କେତେବେଳେ କଂଗ୍ରସ ସହ ବିଜେଡିକୁ ବିଜେପି ଯୋଡୁଛି ତ ପୁଣିକେତେବେଳେ ବିଜେପି କଂଗ୍ରେସହ ବିଜେଡିକୁ ଯୋଡୁଛି । ାଉ କଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ନେତାଏ ବିଜେଡି ସହ ମେଣ୍ଟରେ କିଛି ଅସୁବିଧା ନାହିଁ କହିବା ପରେ ବିଜେପି,କଂଗ୍ରେସ ସହ ବିଜେଡିକୁ ଯୋଡିବା ପ୍ରସଙ୍ଗ ଉଠାଇଛି ।ହେଲେ କଂଗ୍ରେସର ଏହି ମତ ବଯକ୍ତିଗତ ବୋଲି କହିଛି କଂଗ୍ରେସ ।

Leave A Reply

Your email address will not be published.