ଭୁବନେଶ୍ୱର : ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ବିଜେଡି ନେତା ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିଥିବା ଜଣା ପଡିଛି । ଏକ ଜାତୀୟ ଗଣ ମାଧ୍ୟମ ଏଜେନ୍ସିରେ ଏହି ଖବର ପ୍ରକାଶ ପାଇଛି । ଏନେଇ ସଂସ୍ଥା ପକ୍ଷରୁ ଟୁଇଟରେ ଖବର ପ୍ରକାଶ କରାଯାଇଛି । ଏକ ଚିଟ ପଣ୍ଡ ସଂସ୍ଥା ତଦନ୍ତ ସଂପର୍କରେ ଦୁଇ ଜଣ ହାଜର ହେବାକୁ ସିବିଆଇ ନୋଟିସ କରିଥିବା ସୂଚନା ମିଳୁଛି । ତେବେ ଏହାର ବାସ୍ତବତା କେତେ ରହିଛି ସେନେଇ କିଛି ନିଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ ।
