ସମ୍ବଲପୁର : ପଶ୍ଚିମ ଓଡିଶାର ଜଣାଶୁଣା ଆଲବମ କୁଇନ ସିମରନ ଓରଫ ସେଫି ବେବୋଙ୍କ ସନ୍ଦେହ ଜନକ ମୃତ୍ୟୁ ହୋିଛି । ସମ୍ବଲପୁର ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ମିଳିଛି ଅଭିନତ୍ରୀ ସିମରନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଉଦ୍ଧାର କରିଛି । ସିମରନ ସିଂହଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିକ୍ରାରେ । ସିମରନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା ଅଭିଯୋଗ କରିଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପଶ୍ଚିମ ଓଡ଼ିଶାର ଆଲବମ ଆକ୍ଟ୍ରେସ ସିମ୍ରନ ସିଂଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ନେଇ ସୃଷ୍ଟି ହୋଇଛି ହଇଚଇ। ଆଜି ହୀରାକୁଦ ପାୱାର ଚ୍ୟାନେଲ ବ୍ରିଜ୍ ତଳୁ ତାଙ୍କର ମୃତଦେହ ମିଳିଛି। ସେପଟେ ସିମ୍ରନଙ୍କ ମାଆ ଏନେଇ ଥାନାରେ ଏକ ହତ୍ୟା ଅଭିଯୋଗ ଏତଲା ରୁଜୁ କରିଛନ୍ତି।
ପୋଲରୁରୁ ୪୦ ଫୁଟ୍ ତଳେ ମୃତଦେହ ପଡି଼ତିଲା। ମୁଣ୍ଡ ପାଖରୁ ବାହାରୁଥିଲା ରକ୍ତ। ତେବେ ସିମ୍ରନଙ୍କ ମୃତ୍ୟୁ କେମିତି ହେଲା।କଣ ସିମ୍ରନ ପୋଲ ଉପରୁ ତଳକୁ ପଡ଼ି ପ୍ରାଣ ହରାଇଛନ୍ତି। କଣ ସେ ଆତ୍ମହତ୍ୟା କରିଛନ୍ତି। ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ସିମ୍ରନଙ୍କ ମା ଏନେଇ ଥାନାରେ ଏତଲା ଦେଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସମ୍ବଲପୁରୀ ଆଲବମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସିମ୍ରନଙ୍କ ଘର ଝାରସୁଗୁଡ଼ା ଭୁଲିଆ ଟିକ୍ରାରେ । ଗତ ୧ ତାରିଖରେ ଏକ ମେଲୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ କେସିଙ୍ଗା ଯାଇଥିଲେ । ଆଉ ସେଠାରେ ଝୁମାଇଥିଲେ ଝୁମିଥିଲେ। ସେଠାରୁ ଫେରିଥିଲେ ସମ୍ବଲପୁର। ମାଙ୍କ ସହିତ ଫୋନରେ କଥା ହୋଇଥିଲେ। ତେବେ ଏହାପରେ କଣ ଘଟିଥିଲା। ତାହାହିଁ ସବୁ ସନ୍ଦେହର ସୃଷ୍ଟି କରିଛି । ମୃତଦେହ। ସିମ୍ରନ ପାର୍ଟି ଗେଟ୍ ଅପରେ ଥିବା ଦେଖାଯାଉଛନ୍ତି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅନେକ ସନ୍ଦେହ କରୁଛନ୍ତି।
ଗତ ଏପ୍ରିଲରେ ବାହା ହୋଇଥିଲେ ସିମ୍ରନ । କ୍ୟାସେଟ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ବାହା ହୋଇଥିଲେ। କିନ୍ତୁ ପରେ ଏହି ବାହାଘର ମନୋମାଳିନ୍ୟରେ ପରିଣତ ହୋଇଥିଲା। ଏବେ ସେହି ଯୁବକଙ୍କ ସଂଧାନ ମିଳିନାହିଁ। ଏଣେ ସିମ୍ରନଙ୍କ ମୃତ୍ୟୁ ନାନା ପ୍ରଶ୍ନ ସୃଷ୍ଟି କରିଛି।
