ଚେନ୍ନାଇ : ତାମିଲନାଡୁର ସାଲେମ୍ ଜିଲ୍ଲାରେ କାବେରୀ ନଦୀରେ ଗାଧୋଇବା ବେଳେ ହଠାତ୍ ବନ୍ୟା ଆସିବାରୁ ୫ ଜଣ ଭାସି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସାଲେମ୍ ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରୁଗେସାନ୍ ଗଣମାଧ୍ୟମକୁ କହିଛନ୍ତି, ମେଟୁର୍ ଡ୍ୟାମ୍ ଠାରୁ ୩ କିମି ଦୂର ରେଡିଆର୍ପାଲାୟାମ୍ଠାରେ କାବେରୀ ନଦୀରେ ୬ ଜଣ ଗାଧୋଉଥିବା ବେଳେ ହଠାତ୍ ଡ୍ୟାମ୍ରୁ ଉଦ୍ବୃତ ଜଳ ଛଡ଼ାଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ଜଣେ ୭ ବର୍ଷର ବାଳକ ଭାସିଯିବାରୁ ତାକୁ ଉଦ୍ଧାର କରିବାକୁ ଅନ୍ୟ ୫ ଜଣ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଭାସି ଯାଇଥିଲେ । ଗୋଟିଏ ପରିବାର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିବା ବେଳେ ଏହି ଅଘଟଣ ଘଟିଛି ।
