ଭୁବନେଶ୍ବର :୨୦୧୯ ନୁହେଁ ନିର୍ବାଚନ ଆଗୁଆ ହେବ । ଏମିତି ଶଙ୍କେତ ଏବେ ମିଳୁଛି ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନିକ ପ୍ରସ୍ତୁତି ଓ ରାଜନୈତିକ ଦଳ ମାନଙ୍କର କବାଟ କିଳା ବୈଠକ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଆହୁରୀ ବଢାଇଛି । ରାଜ୍ୟରେ ଏବେ ନିର୍ବାଚନ ମୁଡ। ପାର୍ଟି ଆଫିସରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ। ନିର୍ବାଚନ କମିଶନ ଯେଉଁ ପ୍ରକ୍ରିୟା ଡିସେମ୍ବରରେ କରିବା କଥା ତାହା ଏବେଠୁ କଲେଣି । ସହକାରୀ ନିର୍ବାଚନ ଅଧିକାରୀ ପରୀକ୍ଷା ଦେଇଛନ୍ତି। ଏହା ସହ ରାଜ୍ୟସରକାର ଆବଶ୍ୟକ ଅଫିସରଙ୍କ ତାଲିକା ମଧ୍ୟ ମାଗି ସାରିଛନ୍ତି। ରବିବାର ଥିଲେ ବି ନିର୍ବାଚନ ଅଧିକାରୀଙ୍କ ଅଫିସ ଖୋଲା ଥିଲା । ସହକାରୀ ନିର୍ବାଚନ ଅଧିକାରୀମାନଙ୍କର ପରୀକ୍ଷା କରାଯାଇଛି । ନିର୍ବାଚନ ପରିଚାଳନା କରିବାକୁ ଥିବା ୧୬୬ ଜଣ ତହସିଲଦାର, ବିଡିଓ ଏବଂ ସବକଲେକ୍ଟର ଏହି ପରୀକ୍ଷା ଦେଇଛନ୍ତି । ଇଲୋକ୍ଟୋରାଲ ପ୍ରୋସେସ ଉପରେ ସମୁଦାୟ ୭୬୬ ଜଣଙ୍କୁ ତାଲିମ ଦିଆଯାଇଛି । ତାଲିମ ପରେ ଇଲେକ୍ଟୋରାଲ ସାଟିଫିକେଟ ପାଇଁ ପରୀକ୍ଷା କରାଯାଇଛି ।
ସେପଟେ ରାଜ୍ୟର ରାଜନୈତିକ ଦଳ ମାନଙ୍କର ମଧ୍ୟ ପ୍ରସ୍ତୁତି ଦିନକୁ ଦିନ ବଢିବାରେ ଲାଗିଛି । ଏପଟେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତ କରି ପ୍ରକଳ୍ପ ଉଦଘାୟନ ଆଳରେ ଲୋକଙ୍କ ନିକଟତର ହେଉଛନ୍ତି ।ସେପଟେ ଅଗଷ୍ଟରେପୁଣି ଥରେ ଓଡିଶା ଆସି ରାଜ୍ୟରେ ନିର୍ବାଚନୀ ମାହୋଲ ତିଆରିକରିବାକୁ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମୀତ ଶାହ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଓଡିଶା ଆସି ସାଧାରଣ ସଭା କରି ନିର୍ବାଚନ ଲାଗି ଦଳୀୟ ନେତା ଓ କର୍ମୀଙ୍କୁ ରଣହୁଙ୍କାର ଦେବେ ବୋଲି କଂଗ୍ରେସ ସୂଚନା ଦେଇଛି ।
ନିର୍ବାଚନ କମିଶନଙ୍କ ଆଗୁଆ ପ୍ରସ୍ତୁତି ଦେଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତ କରବା ସହିତ ଗୋଟାକ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଏପଟେ ଅଗଷ୍ଟ ମାସରେ ଓଡିଶା ଗସ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସୁଛନ୍ତି। ବିଜେଡିର କହିବା କଥା, ୬ ରୁ ୭ମାସ ମଧ୍ୟରେ ନିର୍ବାଚନ ହୋଇପାରେ ତେଣୁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସମସ୍ତ କାମ କରାଯାଉଛି । ଏପଟେ ବିଜେପି ସଭାପତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ଦେଶ ମୁତାବକ କାର୍ଯ୍ୟ କରାଯାଉଛି। ସମ୍ପର୍କରୁ ସମର୍ଥନ, ଗ୍ରାମ୍ୟ ସ୍ବରାଜ୍ୟ କାର୍ଯ୍ୟକ୍ରମ ବି ଚାଲିଛି। ତେଣୁ ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତିତ ହୋଇ ରହିଛି। ଏପଟେ କଂଗ୍ରେସ କହିଛି ଆମର କେବଳ ସଂଗଠନକୁ ସଜାଡିବାର ଅଛି। ତେଣୁ କାମ ପ୍ରାୟ ଶେଷ । ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି।।
ନିର୍ବାଚନ କମିଶନ ତତ୍ପରତା ଦେଖାଇଛନ୍ତି । ଆଇଏଏସ ଅଫିସରଙ୍କ ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ନର୍ବାଚନ ଅଧିକାରୀଙ୍କୁ ତାଲିମ ଦେଇ ତୟାର କରୁଛନ୍ତି। ଏପଟେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ଜୋରଦାର କରୁଛନ୍ତି । ସେପଟେ ସାଧାରଣ ନିର୍ବାଚନକୁ ଆଗୁଆ ହେବା ନେଇ ଚର୍ଚ୍ଚା ବି ଜୋର ହେଉଛି।
