ଜଙ୍ଗଲର ରାଜା ଅସୁରକ୍ଷିତ

ଭୁବନେଶ୍ଜର  : ଙ୍ଗଲର ରାଜା ବାଘ ଅସୁରକ୍ଷିତ । ଶହେ ବର୍ଷ ତଳେ ସାରା ବିଶ୍ୱରେ ବାଘ ସଂଖ୍ୟା ଥିଲା ୧ଲକ୍ଷ । ହେଲେ ଏବେ ଏହି ସଂଖ୍ୟା ୪ହଜାରରୁ ମଧ୍ୟ କମି ଯାଇଛି । ଭାରତର ବିଭିନ୍ନ ଅଭୟାରଣ୍ୟ ଏବଂ ଚିଡିଆଖାନାରେ ଅଛନ୍ତି ମାତ୍ର ୨,୨୨୬ଟି ବାଘ । ଜଙ୍ଗଲ ରାଜାର ଏପରି ଦ୍ରୁତ ଅବକ୍ଷୟ ନେଇ ଚିନ୍ତା ବଢିଛି । ବିଶ୍ବର ସମୁଦାୟ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଦେଖାଯାନ୍ତି । ତେଣୁ ବାଘ ସଂରକ୍ଷଣ ଦିଗରେ ଭାରତର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୧୦ରେ ରଷିଆର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମିଳନୀରେ ବ୍ୟାଘ୍ର ଦିବସ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୯ରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ବାଘର ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷା ଦେବା ତଥା ବାଘର ସଂରକ୍ଷଣ ନେଇ ଜନସାଧାରଣଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ ।

ଆମ ରାଜ୍ୟରେ ମଧ୍ୟ ବାଘ ସଂଖା ଉଦବେଗ ସ୍ଥିତିରେ ରହିଛି । ଦ୍ରୁତ  ଗତିରେ  ଜଙ୍ଗଲ କ୍ଷୟ ଯୋଗୁ ଦିନକୁ ଦିନ ବାଘ ପାଇଁ ବାସସ୍ଥଳୀର ଅଭାବ ହେଉଛି। ଓଡିଶାରେ ଜଙ୍ଗଲର ପରିସୀମା ଏବଂ ସାନ୍ଧ୍ରତା କମୁଥିବା ବେଳେ ଏହା ସହିତ ତାଳ ଦେଇ ବାଘ ସଂଖ୍ୟା କମି ଚାଲିଛନ୍ତି । ୨୦୧୬ ବାଘ ଗଣନା ଅନୁଯାୟୀ ବାଘ ସଂଖ୍ୟା ୪୦ରେ ପହଞ୍ଚିଛି ।

ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ମଧ୍ୟପ୍ରଦେଶରୁ ୬ଟି ବାଘ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡାଯିବା ଯୋଜନା ତାର ଉଦାହରଣ । ତେବେ ଗୋଟିଏ ବାଘ ଜଙ୍ଗଲ ଭିତରେ ଛଡା ଯିବା ପରେ ସ୍ଥାନୀୟ ଲୋକ ଯେପରି ବିରୋଧ କରିଛନ୍ତି ଏହାପରେ ବାଘର ସୁରକ୍ଷା ନେଇ ଆଶଙ୍କା ସୃଶ୍ଟି ହୋଇଛି । ବାଘର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ, ତାହା ବାଘ ଦିବସର ଅନୁଚିନ୍ତା ।

Leave A Reply

Your email address will not be published.