ଅନୁଗୋଳ/ କରଞ୍ଜିଆ : ପୁଣି ସାତକୋଶିଆକୁ ଫେରବ ସୁନ୍ଦରୀ । ଇନକ୍ଲୋଜରୁ ହେବ ମୁକ୍ତ । ଏନଟିସିଏର ନିଷ୍ପତ୍ତି ଅନୁସାରେ ପ୍ରକ୍ରିୟା ଆରମ୍ଭ ହୋଇଛି । ବନ ବିଭାଗ ଚତୁରତା ସହ କାମ ଆରମ୍ଭ କରିଛଇ । ଏଥର ସୁନ୍ଦରୀକୁ ଛଡାଯିବ । ତାର ଗତିବିଧି ଉପରେ ନଜର ରଖିବେ ଦୁଇ ହାତୀ । ଶିମିଳିପାଳରୁ ଦୁଇ ହାତୀ ସାତ କୋଶିଆକୁ ସ୍ଥାନାନ୍ତର ହେବା ପରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି ।

ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆକୁ ସ୍ଥାନାନ୍ତର ହେଲେ ୨ଟି ପ୍ରଶିକ୍ଷିତ ହାତୀ । ତେବେ ଏହି ହାତୀ ଦୁଇଟି ଆଜି ସାତ କୋଶିାରେ ପହଞ୍ଚିଯିବେ । ୨ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଆଜି ଭୋର୪ଟାରୁ ୨ଟି ଟ୍ରକରେ ସାତକୋଶିଆ ନିଆଯାଇଛି । ତେବେ ଏହି ହାତୀ ଦୁଇଟି ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ନିଆଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ପିସିସିଏଫ୍ ଏହାକୁ ଖଣ୍ଡନ କରିଛନ୍ତି ।
ବାଘ କାହ୍ନାର ମୃତ୍ୟୁ ପରେ ପୁଣି ସାତକୋଶିଆ ଅଭୟାରଣ୍ୟକୁ ନେଇ ଚର୍ଚ୍ଚା । ସାତକୋଶିଆକୁ ଶିମିଳିପାଳରୁ ସ୍ଥାନନ୍ତର ହେଲେ ୨ଟି ପ୍ରଶିକ୍ଷିତ ହାତୀ । ବଡି ଭୋରରୁ ହାତୀ ମମେନ୍ଦ୍ର ଓ ରାଜକୁମାରକୁ ସ୍ଥାନାନ୍ତର କରାଯାଇଛି । ସରକାର ହଠାତ ହାତୀ ଦୁଇଟିକୁ କଣ ପାଇଁ ସାତାକୋଶିଆକୁ ପଠାଉଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ଏହି ୨ହାତୀ ବାଘୁଣି ସୁନ୍ଦରୀକୁ ଜଗିବାକୁ ସାତକୋଶିଆ ସ୍ଥାନାନ୍ତର ହୋଇଥିବା କୁହାଯାଉଛି । NTCA ର ଗାଇଡ଼ ଲାଇନ୍ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏନକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀର ପରିସୀମାକୁ ବୃଦ୍ଧି କରିବା ସହ ତାର ବ୍ୟବହାରକୁ ପୁଣିଥରେ ପରୀକ୍ଷା କରିବା ନେଇ ବନ ବିଭାଗ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ।
ବାଘୁଣୀ ସୁନ୍ଦରୀ ହାତିବାରୀ ଅଞ୍ଚଳରେ ଜଣେ ମହିଳା ଓ ଟାଇଁସି ଅଞ୍ଚଳରେ ଜଣେ ପୁରୁଷକୁ ମାରିବା ପରେ ତାକୁ ଏନକ୍ଲୋଜରରେ ରଖାଯାଇଛି । ଏହି ଦୁଇ ହାତୀ ସାତକୋଶିଆରେ ପହଞ୍ଚିବା ପରେ ସୁନ୍ଦରୀକୁ ଏନକ୍ଲୋଜରରୁ ମୁକ୍ତ କରାଯିବ କି ? ସାତକୋଶିଆରେ ବାଘ ବଂଶ ବୃଦ୍ଧିପାଇଁ ପୁଣି କାର୍ଯ୍ୟକ୍ରମ ଆରମ୍ଭ ହେବକି ? ସୁନ୍ଦରୀକୁ ଜଙ୍ଗଲକୁ ଛଡା ଗଲେ ତାର ଗତୀବିଧି ଉପରେ ଏହି ୨ପ୍ରଶିକ୍ଷିତ ହାତୀ ମହେନ୍ଦ୍ର ଓ ରାଜକୁମାର ନଜର ରଖିବେ କି ? ଏସବୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରୁ ପ୍ରଶିକ୍ଷିତ ହାତୀ ମାନଙ୍କୁ ଚୋରା ଛୁପା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି ।
ପ୍ରୋଟେକସନ୍ , ପ୍ରୋଟକଲ ଓ ଟୁରିଜିମ୍ ସହ ଅଭ୍ୟସ୍ତ ଥିବା ଏହି ୨ହାତୀକୁ ସାତକୋଶିଆରେ କେତେଦିନ ରଖାଯିବ ତାନେଇ ଅଧିକାରୀ ମାନେ କିଛି ସ୍ପଷ୍ଟ କରିନାହାନ୍ତି । କିଛିଦିନ ପୁର୍ବେ ଚନ୍ଦାକାରୁ ମଧ୍ୟ ଏକ ହାତୀକୁ ଟ୍ରାଙ୍କ୍ୟୁଲାଇଜ୍ କରାଯାଇ ଶାତକୋଶିଆ ନିଆଯାଉଥିବା ବେଳେ ତାକୁ ଅଧା ବାଟରୁ ଫେରାଇ ଆଣିଥିଲେ କର୍ତ୍ତୃପକ୍ଷ । ବନବିଭାଗ ବାରମ୍ବାର ଜିବଜନ୍ତୁ ମାନଙ୍କୁ ଅବାଧରେ ପରୀକ୍ଷା ନିରିକ୍ଷାରେ ନିୟୋଜିତ କରୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
