ନୂଆଦିଲ୍ଲୀ : ପ୍ରେମ ପାଇଁ ମା ଯେ ରାକ୍ଷସୀ ପାଲଟି ପାରେ ସଭଳି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରେମ ପାଇଁ ନିଜ ପୁଅକୁ ହତ୍ୟା କରିବାକୁ ପଛାଇନି ମା । ନିଜ ପୁଅର ସାଙ୍ଗକୁ ପ୍ରେମକରୁଥିବା ମା ପ୍ରେମିକକୁ ପାଇବାକୁ ନିଜସ୍ପୁଅକୁ ହତ୍ୟା କରିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ ।
ଅଶୋକ ନଗରରେ ଘଟିଥିବା ଏହି ହତ୍ୟାକାଣ୍ଡର ଜଡ଼ିତ ମହିଳାଙ୍କୁ ପୋଲିସ ଗିରଫ କରିବା ପରେ ସବୁ ସତ ଘଟଣା ପଦାକୁ ଆସିଛି ।
ଅଶୋକ ନଗର ଅଂଚଳରେ ମହିଳା ନିଜ ପୁଅ ସହିତ ରହୁଥିଲେ । ମହିଳାଙ୍କ ଘରକୁ ପୁଅର ସାଙ୍ଗ ଅମିତ ଯିବା ଆସିବା କରୁଥିଲା । ପୁଅ ରବିନ୍ଦ୍ର ସହିତ ଅମିତର ସଂପର୍କ ଥିଲା ଖୁବ ନିବିଡ଼ । ସେମାନେ ପିଲାଦିନରୁ ସାଙ୍ଗ ହେବା ସହ ସହପାଠୀ ମଧ୍ୟ ଥିଲେ ।
ଅମିତ ଯିବାଆସିବା କରିବା ଦ୍ଵାରା ମହିଳାଙ୍କ ସହ ଘନିଷ୍ଠତା ବଢ଼ିଥିଲା । ଫଳରେ ମହିଳା ପୁଅର ସାଙ୍ଗ ଅମିତକୁ ପ୍ରେମ କରିଥିଲେ । ମହିଳା ଅନେକ ସମୟରେ ପୁଅ ରବିନ୍ଦ୍ର ଅନୁପସ୍ଥିତିରେ ଅମିତକୁ ଫୋନ କରି ଡ଼ାକୁଥିଲେ । ମହିଳା ଅମିତ ସହ ଶାରୀରିକ ସଂପର୍କ ନିୟମିତ ରଖୁଥିଲେ ।
ଦିନେ ରବିନ୍ଦ୍ର ଏହି କଥା ଜାଣିବା ପରେ ଅମିତକୁ ବି ଘରକୁ ଯିବାକୁ ବିରୋଧ କରୁଥିଲା । କିନ୍ତୁ ଅମିତ ଲୁଚାଛପା ରବିନ୍ଦ୍ରଙ୍କ ଘରକୁ ଯାଉଥିଲା । ଘଟଣାଦିନ ରବିନ୍ଦ୍ରକୋଣସି କାମରେ ବାହାରକୁ ଯାଇଥିଲା । ଅମିତ ଓ ତା ମାଆ ଆପତ୍ତିଜନକ ଅବସ୍ଥାରେ ଥିବା ରବିନ୍ଦ୍ର ଘରକୁ ଆସି ଦେଖିଥିଲା ।
ଏହି ଘଟଣାକୁ ରବିନ୍ଦ୍ର ଖୁବ୍ ବିରୋଧ କରିଥିଲା । ଅମିତ ଓ ତା ମାଆ ମଧ୍ୟ ରବିନ୍ଦ୍ର ସହ ଏହି ବିଷୟରେ ଯୁକ୍ତିତର୍କ କରିଥିଲେ । ଶେଷରେ ତା ମାଆ ଅମିତ ସହ ମିଶି ପୁଅ ରବିନ୍ଦ୍ରକୁ ହତ୍ୟା କରିଥିଲେ ।
ପୋଲିସ ଏହି ଘଟଣାରେ ରବିନ୍ଦ୍ରର ମାଆ ଓ ଅମିତକୁ ଡ଼ାକି ଥାନାରେ ପଚାରାଉଚରା କରୁଛି ।
