ରାଉରକେଲା : ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ରେ ମନୋହରପୁର-ଜରେକେଲା ମଧ୍ୟରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନ୍ ର ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। B-7 ବଗିର ଏସି ସେକ୍ସନରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ। ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଏହାରକେ ସୁରକ୍ଷିତ ଭାବେ ଯାତ୍ରା ଆରମ୍ଭ କରିଛି।
Next Post
