ଓଭରଟେକେ ବେଳେ ଓଲଟିଲା ବସ, ବାଲିରେ ପୋତିହେଲେ ଯାତ୍ରୀ
କଟକ : ବସ ଓଲଟି ୨ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ଗୁରୁତର । ଚୌଦ୍ବାର କଜଳକଣା ଜାତୀୟ ରାଜପଥ ୫୫ରେ ଓଲଟି ପଡିଲା ଘରୋଇ ବସ୍ । ଭାରସାମ୍ୟ ହରାଇ ବସଟି ରାସ୍ତା କାମ ପାଇଁ ଥିବା ବାଲି ଉପରେ ଓଲଟି ପଡିଛି । ପୋଲିସ, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ବାଲିରେ ପୋତି ହୋଇ ଦୁଇ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଦୁର୍ଯ୍ୟୋଧନଙ୍କ ଘର ଅନୁଗୋଳ ଜିଲ୍ଲାରେ ବୋଲି ଜଣାପଡିଛି । ଅନ୍ୟ ଜଣଙ୍କର ପରିଚୟ ମିଳିପାରିନି । ଦୁର୍ଘଟଣାରେ ୧୫ ଗୁରୁତରଙ୍କୁ SCBରେ ଭର୍ତ୍ତି କରାଯାଇଛି । କଟକରୁ ଯାତ୍ରୀଙ୍କୁ ନେଇ ନୀଳକଣ୍ଠ ବସ୍ ଅନୁଗୋଳ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

