ପୁଣେ : ଅଜଣା ଓ ଅପରିଚିତ ପୁରୁଷ ସହ କଥା ହେଉଛନ୍ତି କି ? ତାଙ୍କୁ ମନ ଦେଇ ସାରିଲେଣି ଆଉ ବାହାହେବାକୁ ଇଛା ରଖିଛନ୍ତି କି? ସାବଧାନ ଆଉ ଥରେ ପରିଖି ନିଅନ୍ତୁ ଫୋନରେ ଯାହାକୁ ।ପଣଙ୍କ ଡ୍ରିମ ବୟ ଭାବି କଥା ହେୁଛନ୍ତି, ବାହା ହେବାକୁ ମନ କରିଛନ୍ତି ସେ ବିଭାହିତ ନୁହଁନ୍ତିତ । କାହିଁକି ନା ଆପଣ ଭାବୁଥିବା ଡ୍ରିମ ବୟ ବାସ୍ତବରେ ଆପଣଙ୍କୁ ଠକି ବାକୁ ରଙ୍ଗିନ ସ୍ୱପ୍ନ ଦେଖଉଥିବ । ଆଉ ଆପଣ ଫସିବା ପରେ ଆପଣଙ୍କ ଦେହ ସହ ଖେଲିବାକୁ ବ୍ଲାକମେଲ ବି କରିପାରେ । ଏମିତି ଏକ ଘଟଣା ଘଟିଛି ପୁଣେରେ । ନିଜର ଡ୍ରିମ ବୟ ଭାବି ଜଣେ ଯୁବତୀ ଯାହା ସହ କଥା ହୋଇ ବାହା ହେବାକୁ ମନ କରିଥିଲେ ସେ ଜଣେ ବିବାହିତ ପୁରୁଷ ବାହାରିଲେ । କେବଳ ସେତିକି ନୁହେଁ ବ୍ଲାକମେଲ କରି ଯୁବତୀଙ୍କ ଦେହ ସହ ଖେଲିବାକୁ ବି ଉଦ୍ୟମ କରି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ । ଶେଷରେ ପୋଲିସରେ ଅଭିଯୋଗ ପରେ ତଥା କଥିତ ଡ୍ରିମ ବୟଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ପଡ଼ୋଶୀ ହୋଇଥିବାରୁ ପୀଡ଼ିତା ଭଲ ଗୀତ ଗାଆନ୍ତି ବୋଲି ସେ ଜାଣିଥିଲେ । ଏହା ପରେ ସେ ପୀଡ଼ିତାଙ୍କ ପାଖକୁ ଏକ ମେଲ୍ କରିଥିଲେ, ଯେଉଁଥିରେ ପୀଡ଼ିତାଙ୍କ ବିଷୟରେ ସବୁ ବିବରଣୀ ଏବଂ ତାଙ୍କ ଭଏସ୍ ସାମ୍ପଲ ମଗାଯାଇଥିଲା । ପୀଡ଼ିତା ବଡ଼ କମ୍ପାନିରୁ ଅଫର ଆସିଛି ବୋଲି ନିଜ ବିଷୟରେ ସବୁ ବିବରଣୀ ଦେଇଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ବିବରଣୀରୁ ତାଙ୍କ ଫୋନ ନମ୍ବର ନେଇ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ସହ ପୀଡ଼ିତା ଅଭିଯୁକ୍ତଙ୍କୁ ନିଜର ଡ଼୍ରିମ୍ ବଏ ବୋଲି ଭାବି ନେଇଥିଲେ । କିନ୍ତୁ ଭିଡ଼ିଓ କଲ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ସେ ଯାହାକୁ ଡ଼୍ରିମି ବଏ ବୋଲି ଭାବୁଥିଲେ ସେ ପ୍ରକୃତରେ ତାଙ୍କ ପଡ଼ୋଶୀ ବୋଲି ଜାଣି ପାରିଥିଲେ ପୀଡ଼ିତା । ସବୁ ସତ ଜାଣିବା ପରେ ପୀଡ଼ିତା କଥା ହେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ବ୍ଲାକ୍ମେଲ କରିବା ଆରମ୍ଭ କରିବା ସହ ଦୁଷ୍କର୍ମ କରିବାର ଧମକ ଦେଇଥିଲେ । କିଛି ଦିନ ଏସବୁ ସହିବା ପରେ ଶେଷରେ ପୁଲିସ ଆଗରେ ଅଭିଯୋଗ କରିଥିଲେ ପୀଡ଼ିତା, ଯାହା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
