ସର୍ବ ସାଧାରଣରେ ସ୍ତନ୍ୟ ପାନ କରାଇ ସୋସିଆଲ ମିଡିଆରେ ଲିସା ହୋଇଥିଲେ ଟ୍ରୋଲ, ଗାଇ ବୋଲି ଟିପ୍ପଣୀ ଦେଇଥିଲେ ଦର୍ଶକ,ଏବେ ରଖିଲେ ଜବାବ
ମୁମ୍ବାଇ : ଶିଶୁଙ୍କୁ ସ୍ତନ୍ୟ ପାନ କରାଇବା ଲାଗି ସାରା ଦେଶରେ ଚାଲିଛି ସଚେତନତା । ଏଥିପାଇଁ ବିଶ୍ୱ ସ୍ତନ୍ୟପାନ ଦିବସ ବି ପାଳିତ ହେଉଛି । ଶିଶୁ ପାଇଁ ମା କ୍ଷୀର ଅମୃତ ଭଳି ରୋଗ ପ୍ରତିଶେଧକ ବୋଲି ବି ପ୍ରମାଣିତ ହେଉଛି । ମହିଳା ମାନଙ୍କୁ ନିଜ ଶିଶୁକୁ ସ୍ତନ୍ୟ ପାନ କରାଇବାକୁ ସଚେତନ କରାହେଉଛି । ହେଲେ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟ ପାନକୁ କିନ୍ତୁ ଲୋକେ ଗ୍ରହଣ କରିବାକୁ ନାରାଜ । ଏହା କେବଳ ପରଦା ପଛରେ କରାଯିବା ଦରକାର ବୋଲି ଲୋକଙ୍କ ଧାରଣା ରହିଛି । ।ଉ ଯଦି କିଏ ସର୍ବସାଧାରଣ ସ୍ଥାନରେ ନିଜ ପିଲାକୁ ସ୍ତନ୍ୟ ପାନ କରାଇଲା ଦେବେ ସେ ସଙ୍ଗେ ସଙ୍ଗେ ସମାଲୋଚନାର ଶୀକାର ହେଉଛି । ଏମିତି ସମାଲୋଚନାର ଶୀକାର ହୋଇଥିଲେ ଅଭିନେତ୍ରୀ ଲିସା ହେଡେନ ।
ନିଜ ଶିଶୁକୁ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବାରୁ ସମାଲୋଚିତ ହୋଇଥିଲେ । ନିଜ ଶିଶୁକୁ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟ ପାନ କରାଇବାର ଏକ ଫଟୋ ସୋସିଆଲ ମିଡିଆରେ ଆସିଥଲା । ଆଉ ଏହାକୁ ନେଇ ଟ୍ରୋଲ କରିଥିଲେ ଦର୍ଶକ । ଏମିତିକି ଗାଇ ବୋଲି ମଧ୍ୟ ଟିପ୍ପଣୀ ଲେଖିଥିଲେ । ହେଲେ ସେତେବେଲେ ଚୁପ ରହିଥିଲେ ଲିସା । ଏବେ ସେ ଘଟଣାରେ ପତିକ୍ରିୟା ରଖିଛନ୍ତି । କହିଛନ୍ତି ଶିଶୁଙ୍କୁ ସ୍ତନ୍ୟ ପାନ କରାଇବା ସବୁ ମାଙ୍କର ଅଧିକାର । ଏହା ବହୁତ ଭଲ ସବୁ ମା ମଧ୍ୟ ସ୍ତନ୍ୟ ପାନ କରାଇବା କଥା ।
ତେବେ ସ୍ତନ୍ୟ ପାନ କରାଇ ସମାଲୋଚିତ ହେବା ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟିଛି । ଏମିତିକି ଏକ ପତ୍ରିକାର କଭର ଫଟୋରେ ଜଣେ ମଡେଲ ନିଜ ଶିଶୁକୁ ସ୍ତନ୍ୟ ପାନ କରାଇବା ଫଟୋ ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧ କରାଯାିଥିଲା । ଏଥିରେ ଏଶୀଳ୍ଲତା ଥିବା ନେଇ ଅଭିଯୋଗ ବି ହୋଇଥିଲା । ମାମଲା ଅଦାଲତାରେ ପହଁଚିଥିଲା । ଅଦାଲତ ଏହାର ବିଚାର କରି ଅଶୀଳ୍ଳତା ଛବିରେ ନୁହେଁ ବରଂ ଦେଖିବା ଲୋକର ମାନସିକତାରେ ବୋଲି କହିଥିଲେ ।
