ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟରେ ଭିଜିଲାନ୍ସ ଚଢାଉ , ସରକାରୀ ବାବୁଙ୍କ ଭିତରେ କୋକୁଆଭୟ 

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ରେଡ୍ । କେନ୍ଦ୍ରାପଡା ତହସିଲ ଓ ପୌରପାଳିକା କାର୍ଯ୍ୟାଳୟ ଭିଜିଲାନ୍ସ ଚଢାଉ କରିଛି । ଏହା ସହ ମହାକାଳପଡା ଓ ଡେରାବିଶ ତହସିଲ କାର୍ଯ୍ୟାଳୟରେ ମଧ୍ୟ ରେଡ କରିଛି ଭିଜିଲାନ୍ସ । ପେଟ୍ରୋଲ ପମ୍ପ ପାଇଁ ବେଆଇନ୍ ଭାବେ ହାତେଇଥିବା ୫ ଡିସିମିଲ ଜାଗା ଉପରେ ପହଞ୍ଚିଛି ମାପଚୁପ କରାଯାଇଛି । ସେପଟେ ଟିଟୋ ସମ୍ରାଜ୍ୟ ବଢାଇବାରେ ଯେଉଁ ସରକାରୀ ବାବୁ ମାନଙ୍କର ହାତ ଥିଲା ତାର ବି ତଦନ୍ତ ଆରମ୍ଭ ହୋଇଛି।…

ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟରେ ଭିଜିଲାନ୍ସ ଚଢାଉ । ଟିଟୋ ଚଳାଇଥିବା ବେଆଇନ କାରବାରର ଟିକିନିଖି ଗୁମର ଖୋଲିବାକୁ ଭିଜିଲାନ୍ସ ଚଳାଇଛି ଉଦ୍ୟମ। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପରେ ଆରମ୍ଭ ହୋଇଛି ଚଢାଉ । ଭିଜିଲାନ୍ସର ଏକ ୩ ଜଣିଆ ଟିମ୍ କେନ୍ଦ୍ରାପଡା ତହସିଲର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ପହଞ୍ଚି ପେଟ୍ରୋଲ ଟିଟୋ ପେଟ୍ରୋଲ ପମ୍ପ ଜମି ମାପଚୁପ କରିଛନ୍ତି । କେନ୍ଦ୍ରାପଡା ପୌରସଂସ୍ଥାଠାରୁ ଟିଟୋ ନେଇଥିବା ଲିଜ୍ ଜମି ବ୍ୟତୀତ ଆଉ କିଛି ସରକାରୀ ଜମି ବଳପୂର୍ବକ ହଡପ୍ କରାଯାଇଛି କି ନା ତାହା ଜାଣିବା ପାଇଁ ଏହି ମାପଚୁପ୍ କରାଯାଇଛି । ମାପଚୁପର ଟିକିନିଖି ହିସାବ ଭିଜିଲାନ୍ସକୁ ଦେବା ପାଇଁ କେନ୍ଦ୍ରାପଡା ତହସିଲଦାରଙ୍କୁ ନିର୍ଦ୍ଦଶେ ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ। ଏହି ଜମି ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ କାଜଗପତ୍ର ଏବଂ ତଥ୍ୟ କେନ୍ଦ୍ରାପଡା ପୌରସଂସ୍ଥାରୁ ସଂଗ୍ରହ କରିଛି ଭିଜିଲାନ୍ସ।

ସେହିଭଳି ଜିଲ୍ଲାର କେତେକ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପଶିଥିଲା ଭିଜିଲାନ୍ସ ଟିମ୍। ଜିଲ୍ଲା ଯୋଗାଣ ବିଭାଗ, ପୌରସଂସ୍ଥା, ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ, ଡେରାବିଶ ତହସିଲ, ମହାକାଳପଡା ତହସିଲ ଏବଂ ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରେ ଚଢାଉ କରି ଭିଜିଲାନ୍ସ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ତଥ୍ୟ ହାସଲ କରିଛି।  ସେହିଭଳି ବେଆଇନ ମୋରମ ଓ ବାଲି ଲୁଟ୍‌ ଘଟଣାରେ ଯାଜପୁର ଦର୍ପଣ  ତହସିଲ କାର୍ଯ୍ୟାଳରେ ବି ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସର ଏହି ଚଢାଉ ଯୋଗୁଁ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସରକାରୀ ବାବୁମାନଙ୍କ ଭିତରେ ଏବେ କୋକୁଆଭୟ

ସେପଟେ ଟିଟୋ ବାଲିଘାଟ ନିଲାମ ପଛରେ ସ୍ଥାନୀୟ ତହସିଲଦାର ମାନଙ୍କର ଯେ ପ୍ରଚ୍ଛନ୍ନ ହାତ ଥିଲା ତାହା ଜଣାପଡିଛି । କିପରି ଅନ୍ୟମାନେ ବାଲିଘାଟ ନିଲାମ ନେଇନପାରନ୍ତି ସେଥିପାଇଁ ରୀତିମତ ଷଡଯନ୍ତ୍ର କରାଯାଉଥିଲା ।ବାଲିଘାଟ ନିଲାମରେ ଦ୍ବିତୀୟ ସ୍ଥାନ ପାଇଥିବା ବିଡରଙ୍କର ନକଲି ଦସ୍ତଖତ କରି ଟିଟୋର ଲୋକଙ୍କୁ ବାଲିଘାଟ ଦିଆଯାଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି ।

ଟିଟୋକୁ ଅହେତୁକ ଅନୁକମ୍ପା ଦେଖାଇଥିବା କିଛି ସରକାରୀ କର୍ମଚାରୀଙ୍କର ସଂପୃକ୍ତି ନେଇ ଠୋସ ପ୍ରମାଣ ପାଇସାରିଛି ଭିଜିଲାନ୍ସ । ସେପଟେ ପଟ୍ରୋଲ ପମ୍ପ୍ ପାଇଁ କେନ୍ଦ୍ରାପଡା ପୌରସଂସ୍ଥା ଠାରୁ ଟିଟୋ ନେଇଥିବା ଜମିର ଆଜି ଲିଜ୍ ଅବଧି ଶେଷ ହେଉଛି। ତେବେ ଲିଜ୍ ର ନବୀକରଣ ପାଇଁ ସୟଦ୍ ବ୍ରଦର୍ସ ଫିଲିଙ୍ଗ୍ ଷ୍ଟେସନ୍ ପକ୍ଷରୁ କୌଣସି ଆବେଦନ କରାଯାଇ ନାହିଁ।

 

 

Leave A Reply

Your email address will not be published.