NCR ରିପୋର୍ଟକୁ ସଂସଦରେ ହଙ୍ଗାମା : ଓଡିଶାରେ NCR ଦାବି ସହ ଜୋର ଧରିଲା ରାଜନୀତି

ଭୁବନେଶ୍ବ : ଜାତୀୟ ନାଗରିକ ତାଲିକା NCR ରିପୋର୍ଟକୁ ସଂସଦରେ ହଙ୍ଗାମା । ପାଲ୍ୟାମେଣ୍ଟରୁ ପାର୍ଟି ଅଫିସ ସବୁଠି ଜୋର ଧରିଛି ରାଜନୀତି । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗକୁ ନେଇ  ହଙ୍ଗାମାନ ହୋଇଛି । ଶରଣାର୍ଥୀଙ୍କ ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟକରିବାକୁ କଂଗ୍ରେସକୁ ଆହ୍ବାନ ଦେଇଛନ୍ତି ଅମିତ ଶାହ । ସେପଟେ ଆସାମ ପରି ଓଡିଶାରେ ବି ଏନସିଆର ରିପୋର୍ଟ କରିବାକୁ ଦାବି ହୋଇଛି । ଓଡିଶାରେ ପାଖା ପାଖି ୪୦ ଲକ୍ଷ ଶରଣାର୍ଥୀ ଥିବାରୁ ଆସାମ ପରି ଏଠି ମଧ୍ୟ ଏନସିଆର ତାଲିକା କରିବାକୁ ଦାବି ହୋଇଛି । ସେପଟେ ବିଜେଡି କହିଛି ସରକାରଙ୍କର ନଜର ରହିଛି ।

NRC ରିପୋର୍ଟକୁ ନେଇ କମ୍ପିଲା ସଂସଦ । ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା । ଆସାମ ଜାତୀୟ ନାଗରିକ ତାଲିକା-NRC ରିପୋର୍ଟକୁ ନେଇ ବାହା ବାହା ନେବାକୁ ଚେଷ୍ଟା କରିଛି ବିଜେପି । ଆଉ ଏହାକୁ ନେଇ  ନେଇ ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି ବିରୋଧୀ । ରାଜ୍ୟସଭାରେ ବିଜେପି ସଭାପତି ଅମିତ ଶାହା ଏହି ପ୍ରସଙ୍ଗରେ କହିବା ମାତ୍ରେ ପାଟିତୁଣ୍ଡ ହୋଇଥିଲା । ଅମିତ ଶାହା ଅଭିଯୋଗ କରିଥିଲେ ଯେ ଏହା ପ୍ରଥମରୁ ହିଁ ଲାଗୁ ହେବାର ଥିଲା । କିନ୍ତୁ ଏପରି କରିବାରେ ସେତେବେଳର କଂଗ୍ରେସ ସରକାର ସାହସ କରି ପାରିନଥିଲେ । ୧୪ ଅଗଷ୍ଟ ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆସାମ ବୁଝାମଣା କରିଥିଲେ । ଏହି ବୁଝାମଣାର ମୂଳ ଥିଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଏନଆରସି ପ୍ରସ୍ତୁତ ହେବ । ଏହାକୁ ସେତେବେଳର ପ୍ରଧାନମନ୍ତ୍ରୀ ଆଣିଥିଲେ ମଧ୍ୟ କାର୍ଯ୍ୟକାରୀ କରିବାକୁ ସାହସ ନଥିବା ଶାହ କହିଥିଲେ । ଶରଣାର୍ଥୀ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାହୁଲଙ୍କୁ ଆହ୍ବାନ ଦେଇଛନ୍ତି ଶାହ ।ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତ ରଖିଛି । ଏହା ଏକ ଜାତୀୟ ସମସ୍ୟା । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।

ସେପଟେ ଆସାମ ଜାତୀୟ ନାଗରିକ ତାଲିକା-NRC ରିପୋର୍ଟକୁ ନେଇ ଓଡିଶାରେ ବି ଉଠିଲାଣି ଏହି ପ୍ରସଂଗ । ବାଲଂଦେଶୀ ଅନୁପ୍ରବେଶ ରାଜ୍ୟରେ ଏକ ବଡ ସମସ୍ୟା ପାଲଟିଛି । ରାଜ୍ୟର ଉପକୂଳ ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା,ଜଗତସିଂହପୁର ଜିଲ୍ଲା ଗୁଡିକରେ  ଅନୁପ୍ରବେଶ ଅଧିକ  ରହିଛି ।କେବଳ ରାଜଧାନୀରେ ୫୦ ହଜାର ଅନୁପ୍ରବେଶକାରୀ ଥିବାବେଳେ   ସାରା ଓଡିଶାରେ ୪୦ ଲକ୍ଷ  ଅନୁପ୍ରବେଶକାରୀ ଅଛନ୍ତି । ଏମାନେ ବେଆଇନ ଭାବେ ଅନୁପ୍ରବେଶ କରି ସରକାରୀ ଯୋଜନା ହାତେଇବା ସହ ସରକାର ଗଢିବା ପ୍ରକ୍ରିୟାରେ ସାମିଲ ହେୁଛନ୍ତି । ତେଣୁ ଆସାମ ପରି ଓଡିଶାରେ ମଧ୍ୟ ଆସାମ ଭଳି ଜାତୀୟ ନାଗରିକ ତାଲିକା-NRC ରିପୋର୍ଟ ବ୍ୟବସ୍ଥା କରିବା ଦରକାର ବୋଲି ଦାବି କରିଛି ଭାରତ ରକ୍ଷା ମଂଚ । ଅନୁପ୍ରବେଶ କାରୀଙ୍କୁ ଡିଟେକ୍ଟ,ଡିଲିଟ ଓ ଡେପ୍ଲଏ ଫର୍ମୁଲା ପକାଇବାକୁ ଦାବି କରିଛି । ଏହା ସହ ଯେଉଁମାନେ ରହିବେ ସେମାନଙ୍କୁ କେବଳ ଅନ୍ୟ ଦେଶ ଭଳି କେବଳ ଓ୍ବାର୍କ ଗେଷ୍ଟ ଭାବେ ରହିବାକୁ ଅନୁମତି ଦେବାକୁ ଦାବି କରିଛି ରକ୍ଷାମଂଚ ।

ଅନୁପ୍ରବେଶ ଏକ ଜାତୀୟ ସମସ୍ୟା ପାଲଟିଛି । ବିଭିନ୍ନ ସମୟରେ ଏମାନଙ୍କୁ ରାଜନୈତିକ ସମର୍ଥନ ମିଳୁଥିବାନେଇ ଅଭିଯୋଗ ହେଉଛି । ରାଜନୈତିକ ସୁରକ୍ଷା ପାଇ ଏମାନେ ରହୁଛନ୍ତି । ଏହା ଦ୍ରାରା ଦେଶ ଓ ରାଜ୍ୟର ଅର୍ଥନିତୀ ପ୍ରଭାବି ହେଉଛି । ସେପଟେ ରାଜ୍ୟରେ ମଧ୍ୟ ଆସାମ ଭଳି ଏନସିଆର ପ୍ରସ୍ତୁତ ହେବା ଦରକାର । ସରକାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ଦରକାର ବୋଲି ବିଜେପି କହିଛି । କଂଗ୍ରେସ ାଇନଗତ ଦିଗ ପ୍ରତି ଦୃଷ୍ଟି ଦେବା କହିଥିବାବେଳେ ବିଜେଡି କହିଛି ଆସାମରେ ଯାହା ହୋଇଛି ସବୁ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ହୋଇଛି । ଓଡିଶା ସରକାରଙ୍କର ମଧ୍ୟ ଏହା ଉପରେ ନଜର ରହିଛି ।

NRC ରିପୋର୍ଟ ଆନୁଯାୟୀ ଆସାମରେ ଥିବା ୪୦ଲକ୍ଷ ଶରଣାର୍ଥୀଙ୍କ ଉପରେ କୌଣସି କଠୋର ପଦକ୍ଷେପ ନନେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଲିକାରୁ ବାଦ ପଡିଥିବା ଲୋକଙ୍କ ଯୁକ୍ତି ଏବଂ ଅଭିଯୋଗ ଶୁଣିବା ଲାଗି ଏକ ମେକାନିଜମ୍‌ ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଅଗଷ୍ଟ ୧୬ରେ ଏହି ମେକାନିଜମ୍‌ ସଂପର୍କରେ କୋର୍ଟଙ୍କ ଆଗରେ ରଖିବାକୁ ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଆର.ଏଫ୍ ନରିମାନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.