ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ୨ ସାର୍ଫ ସୁଟର ଗିରଫ । ଗିରଫ ୨ ଅଭିଯୁକ୍ତ ହେଲେ ସୁଭେନ୍ଦୁ ପତ୍ରି ଓରଫ ବାବୁଲା ଓ ସେଖ୍ ସୟଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍ ଟିଏଫ । ସେକ୍ ସୟଦକୁ କଟକରୁ ଓ ବାବୁଲାକୁ କେନ୍ଦ୍ରାପଡାରୁ ଗିରଫ କରାଯାଇଛି । ଉଭୟଙ୍କ ନାଁ ବିଭିନ୍ନ ଥାନାରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି । ଏମାନେ ଟିଟୋ ପାଇଁ ବଟି ଆଦାୟ ସହ ବିଭିନ୍ନ ଅପରାଧରେ ସାମିଲ ଥିବା ଏସ୍ ଟିଏଫ ସୂଚନା ଦେଇଛି । ସେପଟେ ଟିଟେ। ଲିଙ୍କରେ ରାକେଶ ପଟ୍ଟନାୟକଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ପାରାଦୀପ ଶିଳ୍ପାଞ୍ଚଳ ଯୁବ ବିକାଶ ପରିଷଦର ଉପଦେଷ୍ଟା ହେଉଛନ୍ତି ରାକେଶ ।
ସେପଟେ ତୃତୀୟ ପର୍ଯ୍ୟାୟରେ ଟିଟେ।କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ନିଜ ଦାଦାଗିରିର ଧାକ୍ ଜମାଇ ପୂରା କେନ୍ଦ୍ରାପଡ଼ା ଜିଲ୍ଲାକୁ କବଜ୍ଜା କରିନେଇଥିଲା ଟିଟୋ । ବସପୁର, ଦାଣ୍ଡିସାହି, ପୁନ୍ଦାଳ, ଗହଗା, ନରହରିପୁର, ଦାନପୁର, ଚଉଦକୁଳାଟ ଭଳି ବାଲିଖାଦାନରେ ଥିଲା ଟିଟୋର ରାଜ୍ । କେନ୍ଦ୍ରାପଡ଼ା, ଆଳି, ଡେରାବିଶ, ଗଦରପୁର ଆଦି ତହସିଲ ଅଧିନରେ ଆସୁଥିବା ଏହି ବାଲିଘାଟରୁ ଟିଟୋ ରୋଜଗାର କରୁଥିଲା କୋଟି କୋଟି ଟଙ୍କା । ଏସବୁ ଜାଣିବା ପରେ ଏବେ ସଂପୃକ୍ତ ଅଂଚଳର ତହସିଲଦାରମାନଙ୍କୁ ଟେଣ୍ଡର ପ୍ରକ୍ରିୟାର ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।
