ପୁରୀ : ଶରଧାବାଲିରେ ପହଞ୍ଚିସାରିଛନ୍ତି ତିନି ଠାକୁର । ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ,ଭଉଣୀ ସୁଭତ୍ରାଙ୍କ ଦର୍ପଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ସରଧା ବାଲିରେ ପହଁଚିଛି । ଏଥିସହ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା ।ଆସନ୍ତାକାଲି ତିନି ଠାକୁର ଜନ୍ନବେଦୀ ବା ଆଡପ ମଣ୍ଡପକୁ ବିଜେ କରିବେ । ଗତକାଲି ଶରଧାବାଲିରେ ତାଳଧ୍ବଜ ଓ ଦେବଦଳନ ରଥ ପହଞ୍ଚିଥିଲା । ଆଜି ସକାଳେ ଶରଧାବାଲିରେ ନନ୍ଦିଘୋଷ ରଥ ପହଞ୍ଚିଛି । ବଳଗଣ୍ଡି ଛକରେ ଅଟକି ଥିବା ନନ୍ଦିଘେ।ଷ ରଥ ସକାଳ ୯ଟା ପରେ ଆରମ୍ଭ ହୋଇଥିଲା । ଝିପ୍ ଝିପ୍ ବର୍ଷା ସତ୍ବେ କାଳିଆ ଠାକୁରଙ୍କ ରଥକୁ ଟାଣିଥିଲେ ଭକ୍ତ । ସକାଳେ ରଥାରୁଢ ଶ୍ରୀଜିଉଙ୍କର ବିଭିନ୍ନ ନୀତିକାନ୍ତି କରାଯାଇଥିଲା । ୩ଠାକୁର ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ୭ଦିନ ଧରି ଜନ୍ମବେଦୀରେ ଅବସ୍ଥାନ କରିବେ ଦାରୁବ୍ରହ୍ମ ।
