ବଢିଲା ହାଣ୍ଡିଶାଳ ଖର୍ଚ୍ଚ : ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ଏଣିକି ହାଣ୍ଡିଶାଳର ଖର୍ଚ୍ଚ ବଢିବ । ରୋଷେଇ ଘର ବଜେଟରେରେ ଅଧିକ ବ୍ୟୟ କରିବାକୁ ହେବ । କାହିଁକିନା  ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢାଇଛନ୍ତି ସରକାର । ଆନ୍ତର୍ଜାତୀୟସ୍ତରରେ ଗ୍ୟାସ ମୂଲ୍ୟ ବୃଦ୍ଧି ଓ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବାରୁ ରନ୍ଧନ ଗ୍ୟାସର ଦର ବଢ଼ିଛି। ଆଜି ମଧ୍ୟରାତ୍ରୀରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଭାରତୀୟ ତୈଳ ନିଗମ ତରଫରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉକି, ତୈଳ କମ୍ପାନୀଗୁଡ଼ିକ ପ୍ରତିମାସ ପହିଲାରେ ଗ୍ୟାସର ହାରାହାରି ମୂଲ୍ୟ ଓ ଆନ୍ତର୍ଜାତୀୟ ସ୍ତରରେ ମୁଦ୍ରାର ମୂଲ୍ୟ ଆଧାରରେ ତେଲ ଦର ନିର୍ଦ୍ଧାରଣ କରୁଛନ୍ତି। ଏବେ ବିନା ସବସିଡିରେ ମିଳୁଥିବା ସିଲିଣ୍ଡର ୫୫ ଟଙ୍କା ମହଙ୍ଗା ହୋଇଛି।

Leave A Reply

Your email address will not be published.