ଭୋପାଳ : ସାରାଦେଶରେ ମହିଳା ସଶକ୍ତି କରଣ ନାରା ଦିଆଯାଉଛି । ମହିଳାଙ୍କୁ ସମ୍ମାନ ଦେବା କହି ସମସ୍ତେ ଚିକ୍ରାର କ
ରୁଛନ୍ତି । ହେଲେ ଏବେ ବି ଦେଶରେ ଏମିତି ଗାଁ ଅଛି ଯେଉଁଠି ମହିଳାଙ୍କୁ ସମ୍ମାନ ଓ ନାରୀ ସଶକ୍ତି କରଣର ଛାଇ ବି ପଡିପାରିନି । ଏଠି ମହିଳାଙ୍କୁ ସମ୍ମାନ ମିଳିବା ଦଳରେ ଦିଆଯାଉଛି ଭଡା ! ଆଉ କେହି ନୁହେଁ ନିଜ ସ୍ୱାମୀହିଁ ସ୍ତ୍ରୀକୁ ଭଡା ଦେଉଛନ୍ତି । ଏମିତି ଖବର ଏବେ ଗଣମାଧ୍ୟରେ ସାମ୍ମନାକୁ ଆସିଛି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ । ଗଣମାଧ୍ୟମରେ ଆସିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଏକ ଗାଁରେ ଏପରି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଅନୁସାରେ ଯେଉଁ ଧନୀ ପୁରୁଷ ମାନେ ବିଭାହ କରିପାରନ୍ତି ନାହିଁ ବା ନିଜ ଜୀବନସାଥି ପାଆନ୍ତି ନାହିଁ ସେମାନେ ଏହି ଗାଁକୁ ଆସନ୍ତି । ସେମାନେ ଏହି ଗାଁର ଗରୀବ ମହିଳା ମାନଙ୍କୁ ଭଡାରେ ନିଅନ୍ତି । ଏଥିପାଇଁ ସେମାନେ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଭଡାରେ ନେଉଥିବା ମହିଳାଙ୍କ ସ୍ୱାନୀଙ୍କ ସହ ଏଗ୍ରିମେଣ୍ଟ କରନ୍ତି । ସର୍ବ ନିମ୍ନ ମାସେ ଓ ସର୍ବାଧିକ ବର୍ଷକ ପାଇଁ ମହିଳାଙ୍କୁ ଭଡାରେ ନେବାକୁ ଏଗ୍ରିମେଣ୍ଟ ହୁଏ । ଯଦି ଆବଶ୍ୟକ ହେଲା ଅଧିକ ଦିନ ମହିଳାଙ୍କୁ ରଖିବା ଲାଗି ଚୁକ୍ତି ପୁଣଇ ଥରେ ନବିକରଣ କରିବାର ସୁବିଧା ରହିଥାଏ ବୋଲି ଖବର ଅନୁସାରେ ଜଣା ପଡିଛି । ଏହାକୁ ସେଇ ଗାଁର ପ୍ରଥା ବୋଲି ଅନେକ କହୁଛନ୍ତି । ଏହି ବିକ୍ରି ଲାଗି ଗାଁରେ ଏକ ବଜାର ରହିଛି ଯଉଁଠି ମହିଳା ମାନଙ୍କ ଦର ନିର୍ଧାରଣ ହୁଏ । ଭଡାରେ ନେଉଥିବା ଓ ଭଡା ଯାଉଥିବା ମହିଳାଙ୍କ ସ୍ୱାମୀଙ୍କ ଭିତରେ ଦର ଛିଣ୍ଡିବା ପରେ ହିଁ ଏଗ୍ରିମେଣ୍ଟ ହୁଏ । ସାରା ଦେଶରେ ମହିଳାଙ୍କୁ ସମ୍ମାନର ସବ ବଞ୍ଚିବା ଲାଗି କେତେକଣ ଯୋଜନା କାର୍ଯ୍ୟକାରୀ ହେଉଛି । ମହିଳା ନିର୍ଯ୍ୟାତନା ରୋକିବା ଲାଗି ଆଇନ ପ୍ରଣୟନ ହୋଇଛି । ଏଭଳି ସ୍ଥିତିରେ ଏପରି ଖବର ଆସିବା ସବୁ ଉଦ୍ୟମକୁ ଉପହାସ ପରି ହୋଇଛି । ଏହି ଖବର ପଛର ସତ୍ୟତା ପରଖଇ ସରକାର ଏଭଳି ଘୃଣ୍ୟ ପ୍ରଥାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ନୁହେଁକି ?
