ଭୁବନେଶ୍ୱର : ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କର ଦେଶର ସାଧାରଣ ଖାଉଟିଙ୍କ ପାଇଁ ନୂଆ ବର୍ଷ ଭେଟି । ଅଣ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡରର ଭୁବନେଶ୍ୱର ଠାରେ ଜାନୁଆରୀ ୧ ତାରିଖରୁ ସିଲିଣ୍ଡର ପିଛା ୧୨୧ ଟଙ୍କା ୫୦ ପଇଷା ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ ଏହି ମୂଲ୍ୟ ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି ।
ଏହି ଅନୁସାରେ ଘରୋଇ ଏଲପିଜି ବ୍ୟବହାର କାରୀଙ୍କୁ ୮୩୮ ଟଙ୍କା ବଦଳରେ ଏଣିକି ୭୧୬ ଟଙ୍କା ଦେବାପାଇଁ ପଡିବ । ଗ୍ରାହକ ମାନଙ୍କୁ ସିଲିଣ୍ଡର କିଣିବା ବେଳେ ୧୨୧ ଟଙ୍କା ୫୦ ପଇଷା କମ୍ ଦେବାକୁ ପଡିବ ।
ଅଣସବସିଡ୍ ଏଲପିଜି ମୂଲ୍ୟ ୧୨୧ ଟଙ୍କା ୫୦ ପଇଷା କମ୍
ଘରୋଇ ସିଲିଣ୍ଡର ପିଛା ୫ ଟଙ୍କା ୯୫ ପଇଷା ମୂଲ୍ୟ ହ୍ରାସ
ଗ୍ରାହକ ମାନଙ୍କୁ ୮୩୮ ଟଙ୍କା ବଦଳରେ ୭୧୬ ଟଙ୍କା ୫୦ ପଇଷା ଦେଇ ସିଲିଣ୍ଡର କିଣିବାକୁ ପଡିବ
ଗ୍ରାହକ ମାନଙ୍କୁ ସବସିଡ୍ ମିଳିବା ପରେ ସିଲିଣ୍ଡରର ମୂଲ୍ୟ ୫୦୫ ଟଙ୍କା ୮୩ ପଇଷା ହେବ
ଘରୋଇ ସିଲିଣ୍ଡର ସବସିଡ୍ ଯୁକ୍ତ ହୋଇଥିବା କାରଣରୁ ସବସିଡ ପରେ ସିଲିଣ୍ଡର ଉପରେ ୫ ଟଙ୍କା ୯୫ ପଇଷା ଦର କମିବ । ଡିସେମ୍ବର ୨୦୧୮ରେ ସବସିଡ୍ ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୧୧.୭୮ ପଇଷା ଥିବା ବେଳେ ଜାନୁଆରୀ ପହିଲାରୁ ଏହି ମୂଲ୍ୟ ୫୦୫.୮୩ ପଇଷା ରହିବ । ଏହା ବାଦ୍ ଅତିରିକ୍ତ ମୂଲ୍ୟ ସବସିଡ୍ ଆକାରରେ କେନ୍ଦ୍ର ସରକାର ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରୁଛନ୍ତି ।
