ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ଥାନା ଅଧୀନ ଗୌରିନଗରରେ ଚାଞ୍ଚଲ୍ୟ । ଧାରୁଆ ଛୁରିରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା । ଗୌରୀନଗରରେ ଭଡାରେ ରହୁଥିବା ଜଣେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବତୀ ତଣ୍ଟି କାଟି ହତ୍ୟା କରିଛି । ମୃତ ଯୁବତୀ ବାଲେଶ୍ବରର ଅଳକାନନ୍ଦା ଦାସ । ହତ୍ୟା କରିଥିବା ଯୁବତୀ କୋଣାର୍କ ଅଞ୍ଚଳର ଅନୀତା ମିଶ୍ର । ଉଭୟ ୪ ବର୍ଷ ହେବ ସେଠାରେ ଗୋଟିଏ ଘର ଭଡା ନେଇ ଏକାଠି ରହୁଥିଲେ ।

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡା ଏତେ ବଢି ଯାଇଥିଲା ଯେ ହିତାହିତ ଜ୍ଞାନ ହରାଇ ବସିଥିଲେ ଅନୀତା । ଅଳକାଙ୍କର ତଣ୍ଟି କାଟି ହତ୍ୟା କରିଥିଲେ । ତେବେ କେଉଁ କାରଣରୁ ଅନୀତା ଏପରି କାଣ୍ଡ କରିଛନ୍ତି ତାହା ଜଣାପଡିନି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଅଟକ ରଖି ଛାନଭିନ ଚଳାଇଛି ।
