ପଦ୍ମଶ୍ରୀକୁ ନା କହିବା ପରେ ଗୀତାଙ୍କ ପତିକ୍ରିୟା କହିଲେ “ଭାଇ ପାଇଁ ଅଡୁଆ ସୃଷ୍ଟି କରିବାକୁ ଚାହିୁଁ ନଥିଲି”


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରଷ୍କାର ପ୍ରତ୍ୟାକ୍ଷାନ କରିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ରାଜନୈତିକ ବାଦ ବିବାଦ ବି ଲାଗି ରହିଛି । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଗୀତା ମେହେଟ୍ଟା । ପଦ୍ମ ଫେରାଇବା ପଛର କାରଣ କଣ ସେନେଇ ନେଇ ଗଣମାଧ୍ୟମରେ ନିଜର ପତିକ୍ରିୟା ରଖିଛନ୍ତି ।
ପୁରସ୍କାର ପ୍ରତ୍ୟାଖାନ କରିବା ସମୟରେ ତାଙ୍କ ଭାଇଙ୍କ କଥା ମନକୁ ଆସିଥିଲା। ତାଙ୍କ ଭାଇଙ୍କ ପାଇଁ କୌଣସି ଅଡୁଆ ସୃଷ୍ଟି କରିବାକୁ ଚାହୁଁ ନଥିଲେ ଗୀତା ମେହଟ୍ଟା। ପଦ୍ମଶ୍ରୀକୁ ମନା କରିବା ପରେ ଜାତୀୟ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗୀତା। ସେ କହିଛନ୍ତି, ଦୁର୍ଭାଗ୍ୟ ନାଁ ଘୋଷଣା ଆଗରୁ ସେ ମନା କରି ପାରିଲେ ନାହିଁ।
ସମୟକୁ ସମ୍ମାନ ଦେଲେ। ସମ୍ମାନର ସହ ପଦଶ୍ମୀ ସମ୍ମାନ ଗ୍ରହଣ କରିବାକୁ ମନା କରିଥିଲେ ଗୀତା ମେହେଟ୍ଟା। ପ୍ରଶ୍ନ ଉଠିଥିଲା ତାଙ୍କ ନାଁ ଘୋଷଣା ପୂର୍ବରୁ ଗୀତାଙ୍କୁ ପୁରସ୍କାର କମିଟି ଯୋଗାଯୋଗ କରିଥିଲା କି ନାହିଁ? ଗୀତାଙ୍କ ଉତ୍ତର, ସେ ହସ୍ପିଟାଲରେ ଥିଲେ। ଗଣମାଧ୍ୟମରେ ନାଁ ପ୍ରକାଶ ପାଇବା ପରେ ସ୍ୱାମୀ ଏ ଖବର ଦେଇଥିଲେ। ବୈଦେଶିକ ବ୍ୟାପାର ବିଭାଗ ମୋତେ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲା।
ପୁରସ୍କାର ନେବାକୁ ମନା କରିବା ବେଳେ ଭାଇଙ୍କ କଥା ମନକୁ ଆସିଥିଲେ କି?
ଗୀତା କହିଛନ୍ତି, ହଁ ନିଶ୍ଚିତ ମୁଁ ମୋ ଭାଇକଥା ଭାବିଛି। ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କ ପାଇଁ କୌଣସି ଅଡୁଆ ସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନଥିଲି। କିମ୍ବା ପ୍ରିୟାପ୍ରିତି ତୋଷଣରେ ମୋତେ ପୁରସ୍କାର ମିଳିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସୁ ତାହା ମୁଁ ଚାହୁଁ ନଥିଲି। ତେଣୁ ପରିତାପର ସହ ପୁରସ୍କାର ପ୍ରତ୍ୟାଖାନ କରିଛି। ଦୁର୍ଭାଗ୍ୟ ନାଁ ଘୋଷଣା ଆଗରୁ ମନା କରି ପାରିଲି ନାହିଁ, ସରକାର ସମ୍ମାନ ଦେବାପରେ ମୁଁ ଅକୃତଜ୍ଞ ହେବାକୁ ଚାହୁଁ ନଥିଲି। ସାହିତ୍ୟିକ ଓ ସାମ୍ବାଦିକଙ୍କୁ ଜାତୀୟ ପୁରସ୍କାର ନେଇ ଗୀତା କହିଛନ୍ତି, ବିଶ୍ୱରେ ସଂସ୍କୃତିର ଗୁରୁତ୍ୱକୁ ଉପଲବ୍ଧି କରି ଲେଖକ ଓ କଳାକାର ଏଭଳି ପୁରସ୍କାର ଗ୍ରହଣ କରିବା ଉଚିତ।
ପୁରସ୍କାର ପ୍ରଦାନ ନେଇ ପ୍ରେସ୍ ନୋଟରେ ଗୀତାଙ୍କୁ ବିଦେଶୀ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ଗୀତା କହିଛନ୍ତି ସେ ଭାରତୀୟ ନାଗରିକ। ତାଙ୍କ ପାଖରେ ଅନ୍ୟ ଦେଶର ନାଗରିକତ୍ୱ କି ପାସପୋର୍ଟ ନାହିଁ। ସାଧାରଣତନ୍ତ୍ର ପୂର୍ବ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟା ପଦ୍ମଶ୍ରୀ ପାଇଁ ମନୋନୀତି ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ଗୀତା ଏହା ସମ୍ମାନର ସହ ମନା କରିଥିଲେ।

Leave A Reply

Your email address will not be published.