ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର

ଦିଲ୍ଲୀ : ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି । ଅଣବିବାଦୀୟ  ଜମିରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା  ରହିତାଦେଶକୁ ଉଠାଇବାକୁ ଆବେଦନ କରାଯାଇଛି । ..

ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି । ଅଣବିବାଦୀୟ  ଜମିରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା  ରହିତାଦେଶକୁ ଉଠାଇବାକୁ ଆବେଦନ କରାଯାଇଛି ।  ସଂପୂର୍ଣ୍ଣ ୬୭ ଏକର ଜମିରୁ ମାତ୍ର ଶୂନ ଦଶମିକ ୩୧୩ ଏକର ଜମିକୁ ନେଇ ବିବାଦ ରହିଛି । ଏହାକୁ ବାଦ୍ ଦେଇ  ନିର୍ବିବାଦୀୟ ଜମି ଉପରୁ ପ୍ରତିବନ୍ଧକ ହଟାଇବା ଲାଗି କେନ୍ଦ୍ର ସରକାର ଆବେଦନରେ ଦର୍ଶାଇଛି।  ଅଯୋଧ୍ୟା ମାମଲାରେ ଆଜି ଶୁଣାଣି ହେବାର ଥିଲା । ତେବେ  ଜଷ୍ଟିସ  ବୋବଡେଙ୍କ  ଅନୁପସ୍ଥିତି ଯୋଗୁଁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।  ସୁପ୍ରିମକୋର୍ଟ ଏ ବାବଦରେ ନୂଆ ତାରିଖ ସ୍ଥିର କରିବେ ।

ତେବେ ରାମ ମନ୍ଦିର ନିର୍ମାଣ ନେଇ ଚାପରେ ଥିବା  ବିଜେପି ସରକାର ଏବେ ଏହାର ବିକଳ୍ପ ସମାଧାନ ନେଇ ଜୋର ଦେଉଛନ୍ତି । ଅଣ ବିବାଦୀୟ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରିବା ଲାଗି କେନ୍ଦ୍ର  ଆବେଦନରେ ଦର୍ଶାଇଛି । ୧୯୯୩ ମସିହାରେ କେନ୍ଦ୍ର ସରକାର ବିବାଦୀୟ ଢ଼ାଞ୍ଚା ଚାରିପଟେ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ । ତେବେ ୧୯୯୪ ମସିହାର ସୁପ୍ରିମ କୋର୍ଟ ଏ ନେଇ ଏକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଯେ ଅଧିଗୃହିତ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ଓ ବିବାଦରେ ସମାଧାନ ନ ହେଲା ଯାଏ ଏହି ଜମିକୁ କାହାରିକୁ ଦିଆଯାଇ ପାରିବ ନାହିଁ।

୨୦୧୧ ମସିହାରେ ମଧ୍ୟ ସୁପ୍ରିମ କୋର୍ଟ ସମାନ ରାୟ ଦେଇଥିଲେ । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ଏହି ଅଧିଗୃହିତ ଜମିରୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଉ । ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ।

Leave A Reply

Your email address will not be published.