କାଳିଆ ଯୋଜନାରେ ମନ୍ତ୍ରୀ ଓ ନେତାଙ୍କ ଭାଇ ବିରାଦିର !

ଭୁବନେଶ୍ୱର : ରାଜ୍ୟ ସରକାର କାଳିଆ ଯାଜନା ସବୁଠୁ ବଡଯୋଜନା ବୋଲି କହୁଛନ୍ତି । ଚାଷୀଙ୍କ ପାଇଁ ଏହା ହେଉଛି ସାରା ଦେଶର ଆଦର୍ଶ ଯୋଜନା ବୋଲି କହୁଛନ୍ତି । ହେଲେ ଏହିଯୋଜନାର କାର୍ଯ୍ୟକାରୀତାକୁ ନେଇ ଉଠିଛି ପ୍ରଶ୍ନ । ତାଲିକାରେ କିଛି ନେତା ଓ ମନ୍ତ୍ରୀଙ୍କ ଭାଇ ବିରାଦିରଙ୍କ ନାଁ ରହିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏମିତିକି ଶାସକ ଦଳର କିଛି ବଇଧାୟକ ଓ ମନ୍ତ୍ରୀଙ୍କ ପରିବାର ଲୋକଙ୍କ ନାଁ ତାଲିକାରେ ରହିଛି ।
ତାଲିକାରେ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଙ୍କ ପୁଅଙ୍କ ନାଁ ରହିଥିବା ସୋସିଆଲ ମିଡିଆରେ ଘୁରି ବୁଲୁଛି ।ପୁଅ ପରୁଶାନ୍ତ ହାଁସଦାଙ୍କ ନାଁ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଗମ୍ଭାରିଆ ପଞ୍ଚାୟତର ବ୍ରାହ୍ଣଣବାସ ଗାଁର ତାଲିକାରେ କ୍ରମିକ ନମ୍ବର ୫୯୭ରେ ରହିଛି । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ରାଜ୍ୟର ଶାସକ ଦଳର ଜଣେ ବିଧାୟକଙ୍କ ପୁଅର ନାଁ କିପରି ଚାଷୀଙ୍କ କାଳିଆ ତାଲିକାରେ ଆସିଲା ।ଏହା ଯଦି ସତ ହୁଏ ତେବେ ଚାଷୀଙ୍କ ଟଙ୍କା କିପରି ବଡ ବଡିଆଙ୍କ ଆକାଉଣ୍ଟକୁ ଯାଉଛି ତାହା ଧରାପଡିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଆହୁରି ଅନେକ ନେତା ଓ ମନ୍ତ୍ରୀଙ୍କ ଭାଇ ବିରାଦିରି ବି ଏହାର ଫାଇଦା ନେଇଥିବା ଗଣମାଧ୍ୟମରେ ପଦାକୁ ଆସିଛି ।
ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ବିଧାୟକ ନିରଂଜନ ପୂଜାରୀଙ୍କ ନାଁ ରହିଛି କାଳିଆ ଟଙ୍କା ପାଇଥିବା ହିତାଧୀକାରୀ ତାଲିକାରେ ଥିବା କୁହାଯାଉଛି । ଚର୍ଚ୍ଚା ଅନୁସାରେ କାଳିଆ ଯୋଜନାର ଲାଭ ଉଠାଇଛନ୍ତି କିଛି ମନ୍ତ୍ରୀ ଓ ତାଙ୍କ ପରିବାର । କାଳିଆ ହିତାଧିକାରୀ ତାଲିକାରେ ଅଛନ୍ତି ଏମିତି ମନ୍ତ୍ରୀ ଓ ନେତା ଯେଉଁମାନଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା ।
ସୁଦିପ୍ତଙ୍କ ବାପାଙ୍କ ନାଁ ହେଉଛି ତେଜରାଜ ସିଂହ । ସୁଦିପ୍ତଙ୍କ ଆଉ ଗୋଟିଏ ପରିଚୟ ହେଉଛି , ସେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ । କାଳିଆ ଯୋଜନାରେ ସୁଶାନ୍ତଙ୍କ ଭାଇ ସୁଦିପ୍ତ ସିଂହଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । କେବଳ ମନ୍ତ୍ରୀ ଓ ଦଳର ବଡନେତାଙ୍କ ପରିବାର ବର୍ଗ କାଳିଆ ଯୋଜନାର ଫାଇଦା ଉଠାଇ ନାହାନ୍ତି । ଢେଙ୍କାନାଳ ଜିଲ୍ଲାର ବ୍ଲକ ଚେୟାରମ୍ୟାନ ଧର୍ମାନନ୍ଦ ବରାଳ ମଧ୍ୟ ପାଇଛନ୍ତି ଟଙ୍କା । ଏମିତିରେ ଆରମ୍ଭରୁ କାଳିଆ ବିବାଦ ଭିତରେ ରହିଆସିଛି ।

Leave A Reply

Your email address will not be published.